ଗ୍ରୀନ ରାୟଗଡ ଓ ଜୁପିଟର ଅନୁଷ୍ଠାନର ମିଳିତରେ ବୃକ୍ଷରୋପଣ

ରାୟଗଡ,୧୫/୭: ରାୟଗଡା ସ୍ଥିତ ଜୁପିଟର ଆନ୍ତର୍ଜାତିକ ବିଦ୍ୟାଳୟ ପରିସରରେ ଗ୍ରୀନ ରାୟଗଡ ଏବଂ ଜୁପିଟର ଅନୁଷ୍ଠାନର ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ବିଭିନ୍ନ ରକମର ଔଷଧୀୟ ବୃକ୍ଷ ଯଥା; ହରଡା, ବାହାଡା, ଅଁଳା ଏବଂ ଅନ୍ୟାନ୍ୟ ପ୍ରଜାତିର ପ୍ରାୟ ୧୬୦ଟି ଗଛ ଲଗା ହୋଇଥିଲା । ଗତ ବର୍ଷ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ ୭୦ ଟି ବୃକ୍ଷ ଲଗା ହେଇଥିଲା, ବର୍ତ୍ତମାନ ତାହା ଜୀବିତ ଥିବା ସହ ଅନୁଷ୍ଠାନର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥିବାରୁ ଅଭିଭାବକ ଏବଂ ଗ୍ରୀନ ଇଣ୍ଡିଆର କାର୍ଯ୍ୟକର୍ତ୍ତା ମାନେ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଗୋବିନ୍ଦ ପ୍ରସାଦ ରଥ, ଉପଦେଷ୍ଠା ଏସ.ଏନ. ତ୍ରିପାଠୀ ଓ ଅଧ୍ୟକ୍ଷ ଡଃ.ଅଶୋକ କୁମାର ମିଶ୍ର, ପ୍ରଶାସନିକ ଅଧିକାରୀ ଆନନ୍ଦ ଗୌଡ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ଓ ଅନ୍ୟାନ୍ୟ କର୍ମଚାରୀ ଅନୁଷ୍ଠାନିକ ରୂପେ ଯୋଗଦାନ କରିଥିଲେ । ଏଥିରେ ଗ୍ରୀନ ରାୟଗଡ ତରଫରୁ ଯୋଗେଶ୍ବର ଦାସ, କେ.କେ.ଜେନା, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡଃ. ଦୁସ୍ମନ୍ତ କୁମାର ମହାନ୍ତି, ସତ୍ୟବାଦୀ ପତି, ଲୀନା ସେନାପତି, ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ସାହୁ ଓ ସେଞ୍ଚୁରିଆନ ଅନୁଷ୍ଠାନର ନିର୍ଦେଶକ ରାଜେଶ ପାଢୀ ଯୋଗ ଦେଇଥିଲେ ।

ସେହିପରି ସଂସ୍କୃତି କ୍ଲୁବ ତରଫରୁ ରୁବି ରାଣୀ କୁଣ୍ଡୁ, ସ୍ଵପ୍ନା ରଥ ଓ ସୁଜାତା ମାଦଳା ଯୋଗଦାନ କରିଥିଲେ ଏବଂ ସରକାରୀ ମହିଳା ମହାବିଦ୍ୟାଳୟର ଏନସିସି ତରଫରୁ ରୀତାରାଣୀ ମିଶ୍ର ଯୋଗ ଦେଇ ଥିଲେ । ଏହି ପରିପ୍ରେକ୍ଷୀରେ ସମସ୍ତ କାର୍ଯ୍ୟକ୍ରମକୁ ଜୁପିଟର ଅନୁଷ୍ଠାନର ଲୋକ ସମ୍ପର୍କ ଅଧିକାରୀ ଶିବ ପ୍ରସାଦ ମିଶ୍ର ପରିଚାଳନ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.