ପିଲାମାନଙ୍କ ସ୍ଥିତିକୁ ବୁଝିଲେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ଫ୍ରଫେସର ଆଇ. ରାମବ୍ରହ୍ମମ

କୋରାପୁଟ,୧୬/୭: ନିଜ କର୍ତ୍ତବ୍ୟ ପାଳିଲେ କୁଳପତି । ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କ ପଢ଼ାପଢ଼ି ସମ୍ପର୍କରେ ପଚାରି ବୁଝିଲେ । ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତି ସମ୍ପର୍କରେ ଜାଣିବା ସହ ଗରିବ ପିଲାମାନଙ୍କ ସ୍ଥିତିକୁ ବୁଝିଲେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ଫ୍ରଫେସର ଆଇ. ରାମବ୍ରହ୍ମମ ।

କୋରାପୁଟ ଓ ଜୟପୁର ଅଞ୍ଚଳର ଟରମିନାଲ ସେମିଷ୍ଟର ପରୀକ୍ଷାର୍ଥୀଙ୍କ ଘରକୁ ଆଜି ନିଜେ କୁଳପତି ଯାଇ ପାଠ ପଢ଼ା ପ୍ରସ୍ତୁତି ସମ୍ପର୍କରେ ତଦାରଖ କରିଛନ୍ତି । ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚି ଆଲୋଚନା କରିଛନ୍ତି । ମୌଳିକ ସୁବିଧା ନଥିବା କିଛି ଅଞ୍ଚଳର ଛାତ୍ରଛାତ୍ରୀ କରୋନା ଭଳି ପ୍ରତିକୂଳ ପରିସ୍ଥିତିରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ନିଜେ ବୁଲି ଦେଖିଛନ୍ତି କୁଳପତି ଫ୍ରଫେସର ରାମବ୍ରହ୍ମମ । କରୋନା ମହାମାରୀ ମାଡ଼ିଚାଲିଥିବା ବେଳେ ବିଶେଷ ଭାବେ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା । ବିଭିନ୍ନ ପାଠ୍ୟକ୍ରମ ଏବେ ରିଭର୍ସ ଗିୟରରେ ଚାଲିଥିବା ବେଳେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ । ତେବେ ଏଭଳି ମୁହୂର୍ତ୍ତରେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଭୁଲିନାହାନ୍ତି କୁଳପତି ପ୍ରଫେସର ରାମବ୍ରହ୍ମମ ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.