ଶ୍ରମିକ ବଦଳରେ ମେସିନ କରୁଛି କାମ, ହାତବାନ୍ଧି ବସିଛି ଶ୍ରମିକ

ପଣସପଦର ଗ୍ରାମର ଡ୍ରେନ ନିର୍ମାଣରେ ଅନିୟମିତତା ଅଭିଯୋଗ

କୋରାପୁଟ,୧୬/୭: ଚର୍ତୁଦଶ ଅର୍ଥ କମିଶନ (14th C.F.C.) ଦ୍ବାରା ଆସିଥିବା କଂକ୍ରିଟ ଡ୍ରେନ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅଅନିୟମିତା ହୋଇଥିବା ଅଭିଯୋଗ ହୋଇଛି । ଏହି ଚିତ୍ର ହେଉଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାବିରିବାଡି ପଞ୍ଚାୟତ ପଣସପଦର ଗାଁର ।

Omkar Vasthu
Omkar Vasthu

ପ୍ରାପ୍ତ ସୂଚନା ଆଧାରରେ ଏହି କାର୍ଯ୍ୟରେ ଜେସିବି ମସିନ ଲାଗିଛି । ବିଭାଗୀୟ କାର୍ଯ୍ୟ ହୋଇଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାର ଏହି କାମରେ ଜେସିବି ମସିନ ଲଗାଇ ଡ୍ରେନ ନିର୍ମାଣ କାର୍ଯ୍ୟ କରୁଛନ୍ତି । କିନ୍ତୁ ଏପଟେ ଲାଗିଥିବା ଫଳକରେ ଦୈନିକ ମଜୁରୀ ୨୯୮ଟଙ୍କା ବୋଲି ଉଲ୍ଲେଖ ରହିଛି । ତେବେ ଶ୍ରମିକ ବଦଳରେ କାମ କରୁଛି ମସିନ । ହାତବାନ୍ଧି ବସିଛନ୍ତି କର୍ମଜିବି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଅନ୍ୟପଟେ ସ୍ଥାନୀୟ ଜନତାଙ୍କ ପ୍ରଶ୍ନ ହେଲା – କୋଭିଡ୍ ସମୟରେ ପ୍ରବାସୀ ଓ ସ୍ଥାନୀୟ ଶ୍ରମିକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କାର୍ଯ୍ୟ ଦିବସ ସୃଷ୍ଟି କରୁଥିବା ବେଳେ ଏହି କାର୍ଯ୍ୟରେ ଶ୍ରମିକ ନିୟୋଜିତ ନହୋଇ କାହିଁକି ଜେସିବି ମସିନରେ ଚାଲିଛି ? ବିଭାଗୀୟ କତୃପକ୍ଷ ନିଜେ ନକରି କାହିଁକି ଠିକାଦାରଙ୍କ ଦ୍ବାରା କାର୍ଯ୍ୟ କରୁଉଛନ୍ତି ? କ’ଣ ପାଇଁ ବିନା ଶ୍ରମିକରେ ମେସିନ ସାହାଯ୍ୟରେ ଚାଲିଛି କାମ ?

ଗ୍ରାମବାସୀଙ୍କ କହିବା ଅନୁସାରେ ଅଧିକାଂଶ ଲୋକଙ୍କ ପାଖରେ ଜବ କାର୍ଡ ଅଛି, କିନ୍ତୁ ଏହି କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରା ଯାଉନାହିଁ । ବିଭାଗୀୟ କର୍ତୃପକ୍ଷ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି କାମ । ତେଣୁ ଏ ବିଷୟରେ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.