ବଞ୍ଜାରି ଘାଟିରେ ଦୁର୍ଘଟଣା : କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ଗାଡିକୁ ଧକ୍କା ଦେଲା ଟ୍ରକ

ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ଡ୍ରାଇଭର ଗୁରୁତର

ଲାଞ୍ଜିଗଡ,୧୬/୭: ଲାଞ୍ଜିଗଡ ବ୍ଲକ ସିକେରକୁପା ଫାଣ୍ଡି ନିକଟସ୍ଥ ବଞ୍ଜାରି ଘଟି ଠାରେ ଆଜି (ଗୁରୁବାର) ଏକ ସଡ଼କ ଦୁର୍ଘଟଣା ଘଟିଛି ‌। ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କ ବୋଲେରୋ ଓ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଯୋଗୁଁ ଗୁରୁତର ଅବସ୍ଥାରେ ଯନ୍ତ୍ରୀ ଓ ବୋଲେରୋ ଡ୍ରାଇଭରକୁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଜି ଭବାନୀପାଟଣା ଠାରୁ ଓଡ଼ିଶା ସରକାରଙ୍କ ପୁର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଲମ୍ବୋଦର ବେହେରା ଅଫିସ ବୋଲେରୋ (ଓଡ଼ି ୩୩ ଏ ୫୫୫୫)‌ରେ ନିଜ କାର୍ଯ୍ୟ କ୍ଷେତ୍ରକୁ ବାହାରିଥିବା ବେଳେ ଭବାନୀପାଟଣା-ରାୟଗଡା ୬ନଂ ରାଜ୍ୟ ରାଜପଥ ସିକେରକୁପା ଫାଣ୍ଡି ନିକଟସ୍ଥ ବଞ୍ଜାରୀ ଘଟିରେ ରାୟଗଡା ପଟୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ (ଓଡ଼ି ୧୫-ଏଲ ୮୧୭୭) ସାମନା ପଟୁ ଧକ୍କା ମାରିଥିଲା। ଯାହା ଫଳରେ ଟ୍ରକଟି ଜଙ୍ଗଲ ଭିତରକୁ ପଶି ଯାଇଥିବା ବେଳେ ବୋଲେରୋ ଓଳଟି ପଡି ଚୁରମାର ହୋଇ ଯାଇଥିଲା। ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବା ଜଣା ପଡ଼ିଛି। ଏପଟେ କନିଷ୍ଟ ଯନ୍ତ୍ରୀ ଶ୍ରୀ ବେହେରା ଓ ଡ୍ରାଇଭର କାହ୍ନୁ ଚରଣ ବିଶୋଇଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Udyog Nursery
Udyogi Nursery

ଏଠାରେ ସୂଚନାଯୋଗ୍ୟ ଯେ, ଭବାନୀପାଟଣା-ରାୟଗଡା ରାଜ୍ୟ ରାଜପଥ ର ସିକେରକୁପା ଠାରୁ ଦେପୁର ପର୍ଯ୍ୟନ୍ତ ରାସ୍ତା ଖାଳଖମାରେ ଭର୍ତ୍ତି ହୋଇ ମରଣଯନ୍ତା ପାଳଟିଛି । ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡି ଥିବାରୁ ପ୍ରତହ୍ୟ ଛୋଟ ବଡ ଦୁର୍ଘଟଣା ଘଟି ଚାଲିଛି । ବର୍ତ୍ତମାନ ଏହି ରାସ୍ତାର କେତେକ ଅଂଶ ମରାମତି ଚାଲିଛି, କିନ୍ତୁ ଏହାର ସ୍ଥାୟିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.