ପୁଣି ପୋଲିସ ମାଓବାଦୀ ଗୁଳିବିନିମୟ ସୂଚନା

ମାଓ ସାମଗ୍ରୀ ଜବତ ସୂଚନା, ପୋଲିସ ପକ୍ଷରୁ କୁଂବି ଅପରେସନ ଜାରି

Omkar Vasthu
Omkar Vasthu

କୋରାପୁଟ/ମାଲକାନଗିରି,୧୬/୭ : ସ୍ୱାଭିମାନ ଅଞ୍ଚଳର ସୀମାନ୍ତ ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅନ୍ତର୍ଗତ ଉପଚାରୁ ଗ୍ରାମ ନିକଟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ଆଜି ମାଲକାନଗିରି ଏସଓଜି ଓ ଡିଭିଏଫ ଟିମ ମିଳିତ ରୂପେ ସର୍ଚ୍ଚ ଅପରେସନରେ ଯାଇଥିଲେ । ଏହି ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା । ମାଓବାଦୀ ମାନେ ପ୍ରଥମେ ଗୁଳିଚଳନା କରିବା ପରେ ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ଟିମ । ଏହି ଗୁଳିବିନିମୟ ସମୟରେ ମାଓ ନେତା ଆନ୍ଧରୁ ଏବଂ ଆରକେ ଥିବା ସୂଚନା ମିଳିଥିବା ବେଳେ ଘଟଣା ସ୍ଥଳରୁ ଗୋଟିଏ ଥ୍ରୀନଟଥ୍ରୀ ଓ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ପୋଲିସର କୁଂବି ଅପରେସନ ଜାରି ରଖିଛି ।

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.