ନାବାଳକ ନିଖୋଜ ଘଟଣା : ୨୦ ଦିନପରେ ଦୁର୍ଗମ ଅଞ୍ଚଳରୁ ଉଦ୍ଧାର

ଲାଞ୍ଜିଗଡ,୧୭/୭: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ବେଦାନ୍ତ ମେନଗେଟର ପ୍ରତିମା ହିଆଲଙ୍କ ନାବାଳକ ପୁଅ ମନମଥ ହିଆଲ(୧୭) ଗତ ୨୦ ଦିନ ହେଲା ଘରକୁ ଫେରି ନଥିଲା। ଏନେଇ ପ୍ରତିମା ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଗତ ଜୁନ ମାସ ୨୭ ତାରିଖ ପୁଅ ଘରୁ ବାହାରି ବୁଲିବାକୁ ଯାଇ ଆଉ ଘରକୁ ଫେରିନଥିଲା। ଯିବା ସମୟରେ ତାଙ୍କ ପାଖରେ ପଇସା ପତ୍ର ମଧ୍ୟ ନଥିଲା। କେବଳ ମୋବାଇଲ ଫୋନ ଧରିଥିବା ମା କହିଥିଲେ। ପୁଅ ଘରକୁ ନ ଫେରିବା ଯୋଗୁଁ ମା’ ଆଖପାଖ ଅଞ୍ଚଳରେ ଖୋଜି କରି ନିରାଶ ହୋଇ ୯ ଦିନ ପରେ ଅର୍ଥାତ ଜୁଲାଇ ୫ ତାରିଖରେ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲାଞ୍ଜିଗଡ ପୋଲିସ ପକ୍ଷରୁ ମଧ୍ୟ ଖୋଜା ଖୋଜି ଛାଲିଥିଲା। ଏହି ଖବର ଗତ ୫ ତାରିଖ ଦିନ ଓଡ଼ିଆ ବାର୍ତ୍ତାରେ ମଧ୍ୟ ପ୍ରକାଶ ପାଇଥିଲା। ଏହାପରେ ଲୋକେ ମନମଥର ଫୋଟ ଦେଖି ଗୋଟିଏ ବାଇକରେ ଅନ୍ୟ ଜଣଙ୍କ ସାଙ୍ଗରେ ରାୟଗଡା ଜିଲ୍ଲାର ମୁନିଗୁଡା ରାସ୍ତା ଦେଇ କନ୍ଧମାଳ ଜିଲ୍ଲା ପଟେ ଯାଉଥିବା ମା ପ୍ରତିମାଙ୍କୁ ଖବର ଦେଇଥିଲେ। ପ୍ରତିମା ନିଜ ସମ୍ପର୍କୀୟଙ୍କ ସହିତ ସେହି ରାସ୍ତାରେ ଯାଇ କନ୍ଧମାଳ ଜିଲ୍ଲାର କୋଟପାଡ଼ ଦୁର୍ଗମଅଞ୍ଚଳର ଧାରାକୋଟ ଗ୍ରାମର ସ୍କୁଲ ସାଙ୍ଗଙ୍କ ଘରୁ ମନମଥଙ୍କୁ ଆଣି ଲାଞ୍ଜିଗଡ଼ ଫେରିଛନ୍ତି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.