ରାୟଗଡ,୧୭/୭: ରାୟଗଡ ସହର ସ୍ଥିତ ଶିରିଗୁଡା ଠାରେ ଥିବା ସ୍ୱର୍ଗଦ୍ୱାର ପରିସରରେ ଗ୍ରୀନ ରାୟଗଡର ଆବାହକ କେ.କେ. ଜେନାଙ୍କ ନେତୃତ୍ୱରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗଦ୍ୱାର ପରିସରରେ ୧୫୦ଟି ବୃକ୍ଷରୋପଣ କରାଯାଇଥିଲା । ବିଶେଷ କରି ନିମ, ବେଲ, ଚମ୍ପା, ବଉଳ ଆଦି ବିଭିନ୍ନ ପ୍ରଜାତିର ଚାର ରୋପଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ରାୟଗଡ ବନାଂଚଳ ଅଧିକାରୀ ଅଶୋକ କୁମାର ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି, ସତ୍ୟବାଦୀ ପତି, ସଲଭା ରାଜୁ, କିନ୍ତାଲି ରାଜୁ, ନରିନ କୁମୁନ୍ଦନ, ଇଶ୍ୱର ରାଓ, ଆପଲାସ୍ୱାମୀ କାଡ୍ରକା, ବସନ୍ତ ଉଲ୍ଳାକା, ଯୋଗେଶ୍ୱର ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ ଏହାର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in