ଲାଞ୍ଜିଗଡ,୧୭/୭: ଲାଞ୍ଜିଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଲାଞ୍ଜିଗଡ ‘ସମ୍ବାଦ-ସାହିତ୍ୟ ଘର’ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଲାଞ୍ଜିଗଡ ‘ସମ୍ବାଦ-ସାହିତ୍ୟ ଘର’ ସଭାପତି ତଥା ପୂର୍ବତନ ବିଆର ସି ଗୋପବନ୍ଧୁ ପୁଷ୍ଟିଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାଇସ୍କୁଲ ପରିସରରେ ୬୪ ଟି କାଜୁ, ଡ଼ାଲିମ୍ବ, କରଞ୍ଜ, ପଣସ, ଆମ୍ବ, କୃଷ୍ଣଚୁଡା, ରକ୍ତ ଚନ୍ଦନ, ବଉଳ ଇତ୍ୟାଦି ବୃକ୍ଷ ରୋପଣ କରାଯାଇଛି।
କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବନପାଳ ବୃଷବ ବେଶ୍ରା, ସ୍କୁଲ ପ୍ରଧାନ ଶିକ୍ଷକ ଜମ୍ବେଶ୍ୱର ମାଝୀ, ସାହିତ୍ୟ ଘର ସମ୍ପାଦକ ରାଘବ ଗହୀର, ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସ୍କୁଲ କମିଟି ସଭ୍ୟ କାମରାଜ ଦଳବେହେରା, ଲାଞ୍ଜିଗଡ ବନରକ୍ଷୀ ବିଭୁତି ଭୂଷଣ ନାଏକ,
ଶିକ୍ଷକ ପ୍ରଭାକର ରଣା, ଯୁବ ସମାଜସେବୀ ଚନ୍ଦ୍ରଚୁଡ ମହାଖୁଡ଼, ସ୍କୁଲ କର୍ମଚାରୀ ସୁରେଶ ପଟେଲ ଓ ପ୍ରତାପ ବାରିକ, ଲାଞ୍ଜିଗଡ ବନବିଭାଗ ପକ୍ଷରୁ ସାଣ୍ଡରୁ ମାଝୀ, ଡିଲେଶ୍ଵର ପ୍ରଧାନୀ, ତ୍ରିଲୋଚନ ସାହୁ, ସୁଶାନ୍ତ ହରିଜନ, ସମ୍ବାଦ ଲାଞ୍ଜିଗଡ ବ୍ଲକ ପ୍ରତିନିଧି କ୍ଷମାନିଧି ମହାଖୁଡ଼ ପ୍ରମୁଖ ସହଯୋଗ କରିଥିଲେ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in