କୋରାପୁଟ ଜିଲ୍ଲାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

୨୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କୋରାପୁଟ,୧୯/୭: ଜିଲ୍ଲାରେ ଆଜି ୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୟୁଏସ୍ଏ ଫେରନ୍ତା, ୫ ଆନ୍ଧ୍ରପ୍ରଦେଶରୁ ଫେରନ୍ତା, ହାଇଦ୍ରାବାଦ ତେଲେଙ୍ଗାନା ରୁ ୨ , ପଶ୍ଚିମବଙ୍ଗରୁ ୨, ଦିଲ୍ଲୀ ରୁ ଜଣେ, ପଞ୍ଜାବରୁ ଜଣେ, କର୍ଣ୍ଣାଟକରୁ ଜଣେ, ମହାରାଷ୍ଟ୍ରରୁ ୨, ଗଞ୍ଜାମରୁ ୧୬ ଏବଂ ସଂସ୍ପର୍ଶରେ ଆସିଥିବା ୧୪ ଜଣ କରନା ପୋଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ନୂତନ ୪୫ ସଂକ୍ରମିତଙ୍କୁ ମିଶାଇ କୋରାପୁଟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୬୭ରେ ପହଞ୍ଚିଛି । ଅପର ପକ୍ଷରେ କୋରାପୁଟରେ ପୂର୍ବ ଦିନ ଟାଉନ୍ ଥାନା ସିଲ୍ ପରେ ଆଜି କୋରାପୁଟ ଉପ ଆରକ୍ଷୀ ମହାନିରିକ୍ଷକଙ୍କ କାର୍ଯ୍ୟାଳୟ, ଦକ୍ଷିଣ ପଶ୍ଚିମାଞ୍ଚଳ କାର୍ଯ୍ୟାଳୟ ଏବଂ ପୋଲିସ କ୍ଲବ ସିଲ୍ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କୋରାପୁଟ ଡ଼ିଆଇଜି ସଫିନ୍ ଅହମ୍ମଦ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.