ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ, ୨ ଆହତ

ରାସ୍ତା ଅବରୋଧ କଲେ କେଲାର ଗ୍ରାମବାସୀ

କୋରାପୁଟ,୧୯/୭: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଠାରୁ କାକିରିଗୁମା ମୁଖ୍ୟ ରାସ୍ତା କେଲାର ଛକ ଠାରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାଇ କାକିରିଗୁମା ଠାରୁ କେଲାର ଗ୍ରାମକୁ ଏହି ତିନି ଜଣ ଆସୁଥିବା ସମୟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି । ମୃତ ଯୁବକ ଜଣକ ହେଲେ କେଲାର ଗ୍ରାମର ଭଗତ ଡ଼ଙ୍ଗରି ଏବଂ ଆହତ ବ୍ୟକ୍ତି ଦୁଇ ଜଣ ହେଲେ କାକିରିଗୁମାର ବୁଲୁ ବାଘ ଓ ଜଗଦୀଶ ବାଘ ।

ଆହତ ଦୁଇ ଜଣଙ୍କୁ କାକିରିଗୁମା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କଲା ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯଇଛି । ଘଟଣାସ୍ଥଳରେ କାକିରିଗୁମା ପୋଲିସ ଆସି ଶବ ବ୍ୟବେଛଦ ପାଇଁ ନେଇ କି ପରିବାରକୁ ହସ୍ତାନ୍ତର କରିଛି । କୋରାପୁଟ ଠାରୁ ରାୟଗଡା ମୁଖ୍ୟ ରାସ୍ତା କେଲାର ଛକ ଠାରେ କେଲାର ଗ୍ରାମବାସୀ ରାସ୍ତା ଅବରଧ କରିଛନ୍ତି ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.