ବିଷାକ୍ତ ସାପ କାମୁଡ଼ାରେ ଲିଭିଗଲା ମା’ ଓ ପୁଅଙ୍କ ଜୀବନ ଦୀପ

ଲାଞ୍ଜିଗଡ,୨୦/୭: କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ସୋରଗୁଡା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ମା’ ଓ ପୁଅଙ୍କ ଜୀବନ ଚାଲିଯାଇଛି । ମୃତକମାନେ ହେଲେ ଗଦନ ମାଝୀଙ୍କ ସ୍ତ୍ରୀ ଲେଲା ମାଝୀ(୩୫) ଓ ପୁଅ ଦୀପକ ମାଝୀ(୭) ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ସୋରଗୁଡା ଗ୍ରାମର ଗଦନ ମାଝୀଙ୍କ ସ୍ତ୍ରୀ ଲେଲା ମାଝୀ ଓ ନାବାଳକ ପୁଅ ଦୀପକ ମାଝୀ ଶନିବାର ରାତିରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡିବା ଫଳରେ ମା ଓ ପୁଅ ପାଟି କରିଥିଲେ । ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁଁ ରାତିରେ ଦୁହିଁଙ୍କୁ ମେଡିକାଲ ନେବା ସମ୍ଭବ ହୋଇପାରିନଥିଲା। ରବିବାର ସକାଳେ ଲେଲା ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଦୀପକଙ୍କୁ ମେଡିକାଲ ନେବାପାଇଁ ଲାଞ୍ଜିଗଡ ବ୍ଲକ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁଙ୍କୁ ଖବର ଦେଇଥିଲେ ବୋଲି ଗଦନ ପ୍ରକାଶ କରିଛନ୍ତି । ଏହି ଖବର ପାଇଲା ମାତ୍ରେ ଶ୍ରୀ ବେନିଆଁ ଆମ୍ବୁଲାନ୍ସ ଧରି ସୋରଗୁଡା ଗ୍ରାମକୁ ଯାଇ ଦୀପକଙ୍କୁ ବିଶ୍ୱନାଥପୁର ମେଡିକାଲ ରବିବାର ସାଢେ ୨ ଟା ସମୟରେ ପହଞ୍ଚାଇ ଥିଲେ । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସାଙ୍ଗେ ସାଙ୍ଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସନ୍ଧ୍ୟା ସାଢ଼େ ୪ ଟାରେ ପହଞ୍ଚାଇ ଥିଲେ । ମେଡିକାଲ ରେ ପ୍ରାଥମିକ ଚିକିତ୍ସା ଚାଲିଥିବା ସମୟରେ ସନ୍ଧ୍ୟା ୬ ଘଣ୍ଟା ୧୫ ମିନିଟରେ ଡାକ୍ତର ଦୀପକର ମୃତ୍ୟୁ ଘଟିଥିବା ପ୍ରକାଶ କରିଥିଲେ । ଆଜି (ସୋମବାର) ଦୀପକର ଶବ ବ୍ୟବଚ୍ଛେଦ ହୋଇଛି । ବିଜେପୁର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଯୋଗୁଁ ଭବାନୀପାଟଣା ମୁଖ୍ୟ ମେଡିକାଲରୁ ଥାନାକୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ । ଅନ୍ୟ ପଟେ ଗାଁରେ ରବିବାର ସକାଳେ ଗଦନଙ୍କ ସ୍ତ୍ରୀ ଲେଲାଙ୍କ ଶବକୁ ଦାହ କରି ଦେଇଥିଲେ ।

ଏନେଇ ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସଙ୍କୁ ପଚାରିବାରୁ ଏହି ଘଟଣା ବିଷୟରେ ପୂର୍ବରୁ ମୁଁ ଜାଣି ନଥିଲି କି କିଏ ମଧ୍ୟ ଥାନାକୁ ଜଣାଇ ନଥିଲେ । ଆଜି ଭବାନୀପାଟଣା ମେଡିକାଲଠାରୁ ଖବର ଆସିବା ପରେ ମୁଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପରେ ଏହା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା କହିଥିବା ବେଳେ ଲେଲାଙ୍କ ମୃତ୍ୟୁ ବିଷୟରେ ଜାଣିନ ଥିବା ସେ ପ୍ରକାଶ କରିଛନ୍ତି ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.