କେବେ ସଂପୂର୍ଣ୍ଣ ହେବ ଝଂଜାବତୀ ନାଳର ଉଚ୍ଚସ୍ତରୀୟ ବ୍ରିଜ ନିର୍ମାଣ କାର୍ଯ୍ୟ ?

ପୂର୍ତ ବିଭାଗର ଉଦାସୀନତା : ହନ୍ତସନ୍ତ ରାୟଗଡ ଜିଲ୍ଳାବାସୀ, ପ୍ରଶାସନ ନୀରବଦ୍ରଷ୍ଟା

ରାୟଗଡ,୨୦/୭: ଆଦିବାସୀ ବହୁଳ ରାୟଗଡ ଜିଲ୍ଳା କୁଆଡେ ରାଜ୍ୟ ସରକାରଙ୍କ ବିକାଶଧାରାରେ ଆଗକୁ ବଢି ଚାଲିଛି । ୨୦ବର୍ଷ ମଧ୍ୟରେ ଜିଲ୍ଳା ବେଶ ଅଗ୍ରଗତି କରିଛି । ତେବେ ଏକ ବିକାଶଶୀଳ ଜିଲ୍ଳାରେ ୩ ବର୍ଷରୁ ଉର୍ଦ୍ଧ ସମୟ ପୂର୍ତ ବିଭାଗର ବ୍ରିଜ ନିର୍ମାଣ କାର୍ଯ୍ୟଗୁଡିକ ଶେଷ ହେଉ ନ ଥିବା ବେଳେ ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧାର ସମ୍ମୁଖୀନ ହେଉଥିବା ଜିଲ୍ଳାବାସୀ ପାଇଁ ଏହା କି ପ୍ରକାର ବିକାଶ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ଓଡିଶା-ଆନ୍ଧ୍ରୀ ସୀମାନ୍ତର ବ୍ୟସ୍ତବହୁଳ ରାୟଗଡ ଜିଲ୍ଳା ଦେଇ ଦକ୍ଷିଣଭାରତର ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲଙ୍ଗାନା ସହ ପଡୋଶୀ ଛତିଶଗଡ, ଝାରଖଣ୍ଡ ଭଳି ଅନ୍ୟାନ୍ୟ ରାଜ୍ୟର ବହୁ ମାଲବାହୀ ଗାଡି ଚଳାଚଳ କରୁଛି । ଅପରପକ୍ଷେ ଉତ୍କଳ ଆଲୁମିନା, ଜେକେ କାଗଜ କଳ, ଇମ୍ଫା ଓ ବେଦାନ୍ତ ଭଳି ବୃହତ ବଡ ଶିଳ୍ପାନୁଷ୍ଠାନ ରହିଥିବାରୁ ଏଗୁଡିକର ମାଲ ପରିବହନ ପାଇଁ ଭାରୀଯାନଗୁଡିକ ଚଳାଚଳ କରୁଛନ୍ତି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

ତେବେ ରାୟଗଡ-କେରଡା ରାସ୍ତାରେ ରହିଥିବା ଝଂଜାବତୀ ନାଳ ଉପରେ ପୂର୍ତ ବିଭାଗ ଦ୍ୱାରା ନିର୍ମାଣଧୀନ ଉଚ୍ଚସ୍ତରୀୟ ବ୍ରିଜ କାର୍ଯ୍ୟ ବନ୍ଦ ପଡିଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଲ୍ଳାବାସୀ । ଝଂଜାବତୀ ନାଳ ଉପରେ ୬୨ମିଟର ଲମ୍ବ ଓ ୧୨ମିଟର ଓସାର ବିଶିଷ୍ଠ ଏକ ଉଚ୍ଚସ୍ତରୀୟ ବ୍ରିଜ ନିର୍ମାଣ ପାଇଁ ରେଳବାଇ ବିଭାଗ ସହ ଆଲୋଚନ ପରେ ରାୟଗଡ ପୂର୍ତ ବିଭାଗ ତରଫରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ୧୦କୋଟି ୩୪ଲକ୍ଷ ୪୭ହଜାର ଟଙ୍କା ବ୍ୟୟ ଅଟକଳରେ ଏସ.ଭି.ଏସ ମୁକାମ୍ବିକା ନାମକ ଏକ ଠିକାସଂସ୍ଥା ଚୁକ୍ତି ସ୍ୱାକ୍ଷର କରି ୨୦୧୭ ବର୍ଷ ଏପ୍ରିଲ ୧୫ତାରିଖରେ ବ୍ରିଜ ନିର୍ମାଣ କାର୍ଯ୍ୟାରମ୍ଭ କରିିଥିଲା । ତେବେ ଗତ ୨୦୧୮ ବର୍ଷ ଏପ୍ରିଲ ୧୫ ତାରିଖ ଏକ ବର୍ଷ ସମୟ ସୀମା ମଧ୍ୟରେ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହେବା କଥା କିନ୍ତୁ ରେଳବାଇ ବିଭାଗ ତରଫରୁ ତୃତୀୟ ଲାଇନର ପ୍ରସ୍ତାବ ରହିଥିବାରୁ ଏହି ବ୍ରିଜ କାର୍ଯ୍ୟାରମ୍ଭ ନିମନ୍ତେ ଗତ ୨୦୧୮ ମସିହା ଫେବୃୟାରୀ ୭ତାରିଖରେ ଅନୁମତି ପ୍ରଦାନ କରାଗଲା । ଏହାପରେ ଠିକାସଂସ୍ଥା ତରଫରୁ କାର୍ଯ୍ୟାରମ୍ଭ କରାଯାଇଥିବା ବେଳେ ଏକ ବର୍ଷ ସମୟସୀମା ଠାରୁ ଅଧିକ ସମୟ ବିିତିଯାଇଥିଲେ ମଧ୍ୟ ଝଂଜାବତୀ ନାଳର ଉଭୟ ପାଶ୍ୱର୍ରେ ଦୁଇଟି ପିଲର(ଆବୁଟମେଂଟ) କାର୍ଯ୍ୟ ଶେଷ କରାଯାଇ ବଳକା କାର୍ଯ୍ୟ ବନ୍ଦ ରଖାଯାଇଛି । ବର୍ତମାନ ପୁଣିଥରେ ଏହାର ଡିଜାଇନ୍ ବଦଳେଇବା ସହ ପୁଣି ନୂତନ ବ୍ୟୟ ଅଟକଳ ପାଇଁ ମୁଖ୍ୟ ଇଂଜିନିୟର, ପୂର୍ତ ବିଭାଗ କାର୍ଯ୍ୟାଳୟକୁ ଫାଇଲ ପଠାଇ ଦିଆଯାଇଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଥିବା ବେଳେ ସେଠାରୁ ମଂଜୁରୀ ହୋଇ ଆସିଲେ ପୁଣି ଥରେ କାମ ଆରମ୍ଭ ହେବ ବୋଲି ଜଣାପଡିଛି । ଫଳରେ ରାୟଗଡ ପୂର୍ତ ବିଭାଗ ତରଫରୁ ମଧ୍ୟ ଏ ନେଇ ଉଚ୍ଚ କର୍ତୁପକ୍ଷଙ୍କୁ ବ୍ରିଜ କାର୍ଯ୍ୟ ଶେଷ ନିମନ୍ତେ ଆନ୍ତରିକତା ଦେଖାଯାଉ ନ ଥିବାରୁ ବ୍ରିଜ୍ ନିର୍ମାଣ ଉପରେ ସରକାରଙ୍କ ପୂର୍ତ ବିଭାଗ ସଂପୂର୍ଣ୍ଣ ଭାବେ ଚୁପ ବସିଥିବା ଜଣାପଡୁଛି ।

Udyog Nursery
Udyogi Nursery

ଅପରପକ୍ଷେ ୧୦କୋଟି ୩୪ଲକ୍ଷ ୪୭ହଜାର ଅଟକଳ ମୂଲ୍ୟରୁ ୮କୋଟି ୪୩ଲକ୍ଷ ୫୫ହଜାର ଟଙ୍କା ପର୍ଯ୍ୟନ୍ତ ଠିକା ସଂସ୍ଥା ବିଲ୍ ହୋଇଥିବା ଜଣାପଡିଛି । ତେବେ ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ମଧ୍ୟ ଏ ଦିଗରେ କୈାଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବର୍ଷ ବର୍ଷ ଧରି ବନ୍ଦ ପଡିଥିବା ଅଧପନ୍ତରିଆ ବ୍ରିଜ କାର୍ଯର୍୍ୟ ଆଗକୁ ବଢିପାରୁନାହିଁ । ବର୍ତମାନ ରାୟଗଡ-କେରଡା ରାସ୍ତାର ଝଂଜାବତୀ ନାଳ ଉପରେ ବିପଦଜନକ ଭାବେ ରହିଥିବା ଶହେ ବର୍ଷ ପୁରୁଣା ବ୍ରିଜ ଉପରେ ଭାରୀଯାନ ଗୁଡିକ ଚଳାଚଳ କରୁଛି । ବ୍ରିଜଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ଜିଲ୍ଳା ପ୍ରଶାସନ ଓ ପୂର୍ତ ବିଭାଗ ତରଫରୁ ଅଧିକ ଟନ ନେଇ ଯାଉଥିବା ମାଲବାହୀ ଗାଡି ଚଳାଚଳ ଉପରେ କଟକଣା ରହିଥିଲେ ମଧ୍ୟ ଅନ୍ୟ କୈାଣସି ରାସ୍ତା ନ ଥିବାରୁ ଏହି ବ୍ରିଜ ହିଁ ନିର୍ଭରଯୋଗ୍ୟ ସାଜିଛି । ତେବେ ଅଧପନ୍ତରିଆ ବ୍ରିଜ କାର୍ଯ୍ୟର ଅଗ୍ରଗତି ନେଇ ରାୟଗଡ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରି ନଥିବାରୁ ତାଙ୍କର କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.