ଏଲଆଇସି କାର୍ଯ୍ୟାଳୟ ସହ ଏଚଡିଏଫସି ଓ ଆଇଡିବିଆଇ ବ୍ୟାଙ୍କ ବୁଲି ଦେଖିଲେ ଉପଜିଲ୍ଳାପାଳ

ରାୟଗଡ,୨୨/୭: ରାୟଗଡ ଜିଲ୍ଳାରେ ଦିନକୁ ଦିନ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଳା ସଦର ମହକୁମାରେ ଥିବା ବେସରକାରୀ ଆର୍ଥିିକ ସଂସ୍ଥାଗୁଡିକରେ ଗ୍ରାହକମାନଙ୍କ ଓ ତାଙ୍କ କର୍ମଚାରୀମାନଙ୍କ ପାଇଁ କି ପ୍ରକାର ପ୍ରତିଷେଧକ ମୂଳକ ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି ସେଗୁଡିକର ନିରୀକ୍ଷଣ ପାଇଁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ ସହରର କସ୍ତୁରୀ ନଗରରେ ଥିବା ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)କାର୍ଯ୍ୟାଳୟ ସହ ନ୍ୟିୁ କଲୋନୀ ସ୍ଥିତ ଏଚଡିଏଫସି ଓ ଆଇଡିିବିଆଇ ଭଳି ଆର୍ଥିକ କାରବାର କରୁଥିବା ବ୍ୟାଙ୍କକୁ ଅଚାନକ ପରିଦର୍ଶନରେ ଯାଇଥିଲେ ।

ପ୍ରଥମେ ଏଲଆଇସି ଅଫିସ ଯାଇ କରୋନା ବିପତି ସମୟରେ ଜରୁରୀ କାର୍ଯ୍ୟକୁ ନେଇ ଆସୁଥିବା ଗ୍ରାହକ ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପ୍ରତିଦିନ ନିୟମିତ ବିଶୋଧକ ପଦାର୍ଥରେ କାର୍ଯ୍ୟାଳୟ ପରିସରକୁ ବିଶୋଧନ କରିବା ପାଇଁ ଶାଖା ପ୍ରବନ୍ଧକଙ୍କୁ ପରାମର୍ଶ ଦେଇଥିଲେ ।

ପରେ ଏଚଡିଏଫସି ଓ ଆଇଡିବିଆଇ ବ୍ୟାଙ୍କ ପରିଦର୍ଶନ କରି ନିୟମତି ଭାବେ ମାସ୍କ ପରିଧାନ କରିବା, ସାନିଟାଇଜର ବ୍ୟବହାର କରିବାକୁ ଏବଂ ଗ୍ରାହକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ନିମନ୍ତେ ପ୍ରର୍ବତାଇବା ପାଇଁ ପରାମର୍ଶ ଦେଇଥିଲେ । କିଛି ସ୍ଥାନରେ ସାନିଟାଇଜର ବ୍ୟବହାର ଉପରେ ଦୃଷ୍ଟି ଗୋଚର ନ ହେବାରୁ ଅସନ୍ତୋଷ ବ୍ୟକ୍ତ କରି ନିୟମିତ ଭାବେ ଏହାକୁ କୋଭିଡ-୧୯ଗାଇଡଲାଇନକୁ ମାନିବାକୁ ପରାମର୍ଶ ଦେଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.