ରାତ୍ର ପରାଭୂଏଙ୍କ ପରିବାର ସମେତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ହେଉଛି ଦାବି
ସଇଁନ୍ତଲା,୨୨/୭: ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ଗ୍ରାମର ରାତ୍ର ପରାଭୂଏ (୪୮)ଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରିବାକୁ ଦାବି ହେଉଛି । ଅତି ଗରୀବ ଶ୍ରେଣୀର ରାତ୍ର କାଠ କାମ କରି ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ପେଟ ଭରନ୍ତି । ସେ ଗୋଟିଏ ରେସନ କାର୍ଡ ବ୍ୟତୀତ ନା ପାଇଛନ୍ତି ବିଦ୍ୟୁତ ନାପାଇଛନ୍ତି ଆବାସ । ତେଣୁ ବାଧ୍ୟ ହୋଇ ଜଙ୍ଗଲରୁ ଖର ଦ୍ଵାରା ଘରକୁ ଛପର କରି ପଲିଥିନ ଦେଇ ଦୀର୍ଘ ଦିନରୁ ଏପରି ଅବସ୍ଥାରେ ରହି ଆସୁଛନ୍ତି। ଏହି ଘରେ ଅନେକ ଥର ବିଷାକ୍ତ ନାଗ ସାପ ମଧ୍ୟ ଉଦ୍ଧାର କରାଯାଇଥିବା ଗ୍ରାମ ବାସୀ କହିଛନ୍ତି । ତାଙ୍କ ନାମ ୨୦୧୧ ଏସିସିସି କିମ୍ବା ସଂଯୁକ୍ତ ତାଲିକାରେ ନାହିଁ । ଅନେକ ଅଯୋଗ୍ୟ ହିତାଧୀକାରୀ ଏପରିକି ଛାତ ଘର ଥିବା ବ୍ୟକ୍ତିଙ୍କ ନାମ ଏସିସିସି ତଥା ଯୋଗ୍ୟ ତାଲିକାରେ ରହିବା ଦୁର୍ଭାଗ୍ୟ ଜନକ ବୋଲି ବୁଦ୍ଦିଜୀବୀ ମହଲରେ ଚର୍ଚ୍ଚା ଜୋରଧରିଛି। ଯାହାର ଛାତ ଘର ଅଛି ତାଙ୍କୁ ଘର ମିଳୁ ଥିବାବେଳେ ରାତ୍ର ପରି ଝାଟିମାଟି ଘରେ ରହୁଥିବା ଲୋକ ବାଦ ପଡ଼ୁଛନ୍ତି । ହିତାଧିକାରୀଙ୍କ ଲାମ୍ବା ତାଲିକା ଥିବାବେଳେ ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ, ଏବର୍ଷ ଯୋଗ୍ୟ ହିତାଧିକାରୀ ନପାଇ କିଛି ଆବାସ ଗୃହ ଫେରିଯିବା ଉପରେ । ତେଣୁ ଏସବୁର ତଦନ୍ତ କରି ରାତ୍ର ପରାଭୂଏଙ୍କ ସମେତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅବାସ ଗୃହ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।
ସଇଁନ୍ତଲାରୁ ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in