ଦେଶର ମହାନ ଗୌରବ ଏବଂ ଶାନ୍ତି, ମୈତ୍ରୀ ଓ ପ୍ରଗତିର ପ୍ରତିକ ହେଉଛି ଜାତୀୟ ପତାକା
ଧର୍ମଗଡ,୨୨/୭ : ଧର୍ମଗଡ ଚାରିଛକ ସ୍ଥିତ ଡ଼ଃ. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରେ ଏସସି, ଏସଟି, ଓବିସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ପକ୍ଷରୁ ଆଜି ‘ଜାତୀୟ ପତାକା ଦିବସ’ ପାଳିତ ହୋଇଯାଇଛି ।
ପ୍ରଥମେ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ବଳନ ସହ ଢଗ ନାଏକଙ୍କ ଦ୍ୱାରା ବୁଦ୍ଧ ବନ୍ଦନା ଓ ତ୍ରିଶରଣମ ଗାନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ଉପସ୍ଥିତ ବକ୍ତାମାନେ ‘ଜାତୀୟ ପତାକା ଦିବସ’ର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ ।
ପ୍ରଭାକର ଜାଲ ତାଙ୍କର ଅଭିଭାଷଣ ରେ କହିଥିଲେ ଯେ, ଜାତୀୟ ପତାକା ହେଉଛି ଦେଶର ମହାନ ଗୌରବ ଏବଂ ଶାନ୍ତି, ମୈତ୍ରୀ ଓ ପ୍ରଗତିର ପ୍ରତିକ । ଅନ୍ୟତମ ବକ୍ତା ଟଙ୍କଧର ତାଣ୍ଡି ଏହି ତ୍ରିରଙ୍ଗା ପତାକାକୁ ଜାତୀୟ ପତାକା ରୂପରେ ପରିଗଣିତ କରିବା ପାଇଁ ଭାରତ ରତ୍ନ, ବୌଧିସତ୍ୱ ଡ଼ଃ. ବାବାସାହେବ ଆମ୍ବେଦକରଙ୍କ ମହାନ ଅବଦାନ ରହିଥିଲା ବୋଲି କହିଥିଲେ ।
ଲୋଚନ ମଙ୍ଗରାଜ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅଜୟ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧନୁ ଗୋପାଳ, ସାମ୍ବାଦିକ ରମଣୀ କାନ୍ତ ଜାଲ, ଅଙ୍କିତ ସେଠି, ମହେଶ୍ୱର ସୁନାନୀ,ଉପେନ୍ଦ୍ର ସେନାପତି, ପୂର୍ଣଚନ୍ଦ୍ର ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ ।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in