ଅଭାବି ବର୍ଷା : ଜମି ଫାଟି ଆଁ, ଧାନ ଚାଷ ନଷ୍ଟ ହେବାକୁ ବସିଲାଣି, ଚିନ୍ତାରେ ଚାଷୀ

କଳାହାଣ୍ଡି,୨୨/୭: ଶ୍ରାବଣ ଚାଲିଛି କିନ୍ତୁ କ୍ଷେତରେ ପାଣି ନାହିଁ । ବର୍ଷା ବିନା ଜମି ଫାଟି ଆଁ କଲାଣି । ତଳିଘାରି ଶୁଖି ଯାଉଥିବାବେଳେ ଲଗାଇଥିବା ତଳି ମରିବାକୁ ବସିଲାଣି । ଏବେ ବର୍ଷାକୁ ନେଇ ଚିନ୍ତାରେ କଳାହାଣ୍ଡିର ଚାଷୀ । ଜିଲ୍ଲାର ଅଣ ଜଳସେଚିତ ଅଞ୍ଚଳର ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏବର୍ଷ କଳାହାଣ୍ଡିରେ ଭଲ ବର୍ଷା ହୋଇ ନଥିବା ବେଉଷଣ କାମ ପୁରାପୁରି ଠପ୍ ହୋଇଯାଇଛି । ଯେଉଁ କେତେକ ସ୍ଥାନରେ ତଳି ରୁଆ ହୋଇଥିଲା ସେଠାରେ ଏବେ ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି । ବିଶେଷ କରି‌ ଜିଲ୍ଲାର କର୍ଲାମୁଣ୍ଡା, ମ.ରାମପୁର ଓ ନର୍ଲା ବ୍ଳକର ଅଣଜଳସେଚିତ ଜମିରେ ହୋଇଥିବା ଧାନ ଚାଷ ନଷ୍ଟ ହେବାକୁ ବସିଲାଣି । ଆଗକୁ ଭଲ ବର୍ଷା ନହେଲେ ମରୁଡି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.