ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୪୮ ଘଣ୍ଟା ସଟ୍ ଡାଉନ୍
ସଂସ୍ପର୍ଶରେ ଆସିଥିବା ୩୦ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍
ଲାଞ୍ଜିଗଡ,୨୩/୭: ଗତ କିଛି ଦିନ ତଳେ ପଡୋଶୀ ରାୟଗଡା ଜିଲ୍ଲା ଅମ୍ବାଦଳାର ଜଣେ ବୟସ୍କ ବ୍ୟକ୍ତି ବିଶ୍ୱନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ପରେ ସେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇ ସେଠାରେ ୨୦ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କର ରିପୋର୍ଟ କରୋନା ପଜିଟିଭ ଆସିବା ପରେ ବିଶ୍ୱନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ମଙ୍ଗଳବାର ସକାଳ ଠାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୪୮ ଘଣ୍ଟା ସଟଡାଉନ୍ କରାଯାଇଛି। ସଟଡାଉନ୍ ସହ ସଂପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୩୦ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଏହା ସହିତ ଲାଞ୍ଜିଗଡ ସରକାରୀ ଅଗ୍ନିଶମ ବିଭାଗ ଦ୍ଵାରା ସଂପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଶୋଧନ କରାଯାଇଥିଲା। ଆଜି ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣା ପଡ଼ିଛି।
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in