ବଳଦିଆମାଲ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କୋକସରା/ଜୁନାଗଡ଼,୨୩/୭: ଜୁନାଗଡ ବ୍ଲକର ବଳଦିଆମାଲ ଠାରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ମାଁ ସରସ୍ବତୀ ସାଂସ୍କୃତିକ ଅନୁଷ୍ଠାନର ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜୁନାଗଡ ବନାଞ୍ଚଳର ସହଯୋଗ କ୍ରମେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଫରେଷ୍ଟର ଜୟଦେବ ମାଝୀ, ପିଆଇ କଲେଜ ଜୁନାଗଡ଼ର ଉପାଧ୍ୟକ୍ଷ ବିଭୁତି ମେହେର, ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଡିୱାଇସି ପ୍ରସନ୍ନ ମେହେର, ଫରେଷ୍ଟ ଗାର୍ଡ ସର୍ବେଶ୍ୱର ଗହୀର, ସରପଞ୍ଚ ଧର୍ମେନ୍ଦ୍ର ମେହେର, ସାମ୍ବାଦିକ ବିମଳ ସତପଥି ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ବଳଦିଆମାଲ ହାଇସ୍କୁଲ ପରିସର ଓ ଖେଳ ପଡିଆ ଠାରେ ଅତିଥି ମାନଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ଜାତୀୟ ଯୁବ ସ୍ବେଛାସେବୀ ଚିନ୍ମୟ କୁମାର ପଣ୍ଡା ଓ ପଦ୍ମାବତୀ ପଟେଲ ପରିଚାଳନା କରିଥିବା ବେଳେ ପୂର୍ବତନ ଜାତୀୟ ଯୁବ ସ୍ବାଚ୍ଛାସେବୀ କୁନାଲ ନାଗ ଓ ମାଁ ସରସ୍ବତୀ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ମାନେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ସହ ଜୁନାଗଡ ପ୍ରତିନିଧି ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.