ରାୟଗଡ ଜିଲ୍ଳାବାସୀଙ୍କୁ କୋଭିଡ-୧୯ ଗାଇଡଲାଇନ ମାନିବାକୁ ଜିଲ୍ଳା ଏସ୍.ପି.ଙ୍କ ଅନୁରୋଧ

ରାୟଗଡ,୨୩/୭: ମହାମାରୀ କରୋନା ସଂକ୍ରମଣ ଧୀରେ ଧୀରେ ରାୟଗଡ ଜିଲ୍ଳାରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଦିନକୁ ଦିନ କରୋନା ଭୂତାଣୁରେ ସଂକ୍ରମିତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଗତ ୪୮ଘଂଟା ମଧ୍ୟରେ ରାୟଗଡ ଜିଲ୍ଳା ସଦର ମହକୁମାରେ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ଏକାଥରକେ ବହୁ ସଂଖ୍ୟାରେ ବୃଦ୍ଧି ପାଇଥିବାରୁ ସହରବାସୀ ଏକ ପ୍ରକାର ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ଜିଲ୍ଳା ଓ ପୋଲିସ ପ୍ରଶାସନ ତରଫରୁ ରାୟଗଡ ସହରବାସୀ ସମେତ ଜିଲ୍ଳାବାସୀଙ୍କୁ ଭୟଭୀତ ନ ହୋଇ ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ମାନି ଚଳିଲେ କରୋନ ଭଳି ଭୂତାଣୁ ଠାରୁ ସମସ୍ତେ ଦୂରେଇ ରହି ପାରିଲେ ଏହି ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇପାରିବ ଏବଂ ଜିଲ୍ଳା କରୋନା ମୁକ୍ତ ହୋଇ ପାରିବ ବୋଲି ନିବେଦନ କରି ଆସୁଛନ୍ତି ଏବଂ ପରାମର୍ଶ ବି ଦେଉଛନ୍ତି ।

ଜିଲ୍ଳା ପ୍ରଶାସନ ତରଫରୁ ୨୩ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିବା ବେଳେ ମେଡିକଲ ଷ୍ଟୋର,ପରିବା ବଜାର, ଗ୍ରୋସେରୀ ଦୋକାନ ସହ ଅତ୍ୟାବଶକୀୟ ସେବାଗୁଡିକ ଖୋଲା ରହୁଥିବାରୁ ଏହି କରୋନା ଭଳି ଘଡିସନ୍ଧି ମୂହୁର୍ତରେ ଭୟଭୀତ ନ ହୋଇ କୋଭିଡ-୧୯ ମାର୍ଗଦର୍ଶିକା ଅନୁସରଣ କରିବା ପାଇଁ ନିବେଦନ କରିଛନ୍ତି । ବିଶେଷ କରି ଅତି ଜରୁରୀ କାମ ନ ଥିଲେ କଦାପି ଘରୁ ନ ବାହାରିବା, ସାମାଜିକ ଦୂରତା ବଜାୟ ରଖିବା, ବାହାରକୁ ଗଲେ ମାସ୍କ ପରିଧାନ କରିବା, ସାନିଟାଇଜର କିମ୍ବା ସାବୁନ ଦ୍ୱାରା ହାତକୁ ସବୁବେଳେ ସଫା କରିବା ଆଦି ନିୟମ ମାନିବାକୁ ଅନୁରୋଧ କରିଛନ୍ତି । ସେହିପରି ଜିଲ୍ଳା ପୋଲିସ ପ୍ରଶାସନ ତରଫରୁ ଜିଲ୍ଳାର ବିଭିନ୍ନ ଥାନା ଅଂଚଳରେ ପୋଲିସ ମୁତୟନ କରାଯାଇଛି । ପୋଲିସ ପେଟ୍ରୋଲିଂ ବୃଦ୍ଧି କରାଯାଇଥିବା ବେଳେ ବିନା କାରଣରେ ବୁଲୁଥିବା ବାହାରେ ବୁଲୁଥିବା ଲୋକଙ୍କୁ ପରାମର୍ଶ ଦିଆଯିବା ସହ ଅମାନିଆଙ୍କୁ ତାଗିଦ କରାଯାଉଛି ବୋଲି ଜିଲ୍ଳା ଏସ.ପି.ଶ୍ରୀ ବିବେକ ଏମ.ଭିଡିଓ ବାର୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.