ସମ୍ବର୍ଦ୍ଧିତ ହେଲେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ଟପ୍ପର ଆଶିଷ ସାହୁ

କାଶିପୁର,୨୩/୭: ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷାରେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲରେ ପ୍ରଥମ ସ୍ଥାନ ହାସଲ କରିଥିବା ଆଶିଷ ସାହୁଙ୍କୁ ପ୍ରକଳ୍ପ ସିଏସଆର ତରଫରୁ ସମ୍ମାନିତ କରାଯାଇଛି ।

ସୂଚନାଯୋଗ୍ୟ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ଶତ ପ୍ରତିଶତ ସଫଳତା ହାସଲ କରିଛି । ଏଥର ୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ଥିଲେ, ସେମାନଙ୍କ ମଧ୍ୟରୁ ଆଶିଷ କୁମାର ସାହୁ ୯୪.୨% ରଖି କୃତିତ୍ୱ ହାସଲ କରିଛନ୍ତି । ତାଙ୍କୁ ଉତ୍ସାହ ତଥା ପ୍ରେରଣା ଦେବାକୁ ପ୍ରକଳ୍ପ ସିଏସଆର ର ଗଜେନ୍ଦ୍ର ନାୟକ, ଦେବକାନ୍ତ ପ୍ରଧାନ, ସତ୍ୟଭାମା ନାୟକ, କାର୍ତ୍ତିକ ସାହୁଙ୍କ ସମେତ ଶିବ ଶଙ୍କର ମହାପାତ୍ର ଉପସ୍ଥିତ ଆଶିଷ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆସନ୍ତା ଦିନ ମାନଙ୍କରେ ଆହୁରି ପିଲାମାନେ ଉତ୍ସାହିତ ହୋଇ ଆଉ ଭଲ ନମ୍ୱର ରଖି ପାସ କରିବାକୁ ଉପଦେଶ ଦେଇ ଥିଲେ ଶିବ ଶଙ୍କର ମହାପାତ୍ର ।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.