୭ଦିନିଆ ଲକଡାଉନରେ ରାୟଗଡା ଜିଲ୍ଲା : କାଶିପୁର, ଟିକିରି ଓ ଦୋରାଗୁଡା ପୋଲିସ ପକ୍ଷରୁ କଡାକଡି ନିୟମ ଅନୁପାଳନ

କାଶିପୁର,୨୪/୭: ମହାମାରୀ କରୋନା ଶୃଙ୍ଖଳକୁ ଛିନ୍ନ କରିବାପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜୁଲାଇ ୨୩ରୁ ୨୯ ଜୁଲାଇ ୭ ଦିନ ପାଇଁ ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଅନୁସାରେ ପ୍ରତ୍ୟେକ ପୋଲିସ ଅଧିକାରୀ ନିୟମକୁ କଡ଼ା କଡ଼ି ଭାବେ ପାଳନ କରୁଛନ୍ତି ।

ସେହି କ୍ରମରେ କାଶିପୁର, ଟିକିରି ଓ ଦୋରାଗୁଡ଼ା ପୋଲିସ ପକ୍ଷରୁ ଜନ ସାଧାରଣଙ୍କୁ ନିୟମ ଅନୁପାଳନ କରିବାକୁ ଅନୁରୋଧ କରାଯାଉଛି । ଜରୁରୀ କାମ ବିନା କେହି ପଦାକୁ ନ ବାହାରିବାକୁ ଲୋକଙ୍କୁ ବୁଝାଉଛି ପୋଲିସ । ତେବେ କିଛି ଅମାନିଆଙ୍କୁ ତାଗିଦ ମଧ୍ୟ କରିଛନ୍ତି । ଦୋରାଗୁଡ଼ା ଥାନା ଅଧିକାରୀଙ୍କଙ୍କ ନିର୍ଦ୍ଧେଶ କ୍ରମେ ସ୍ମୁତି ରଞ୍ଜନ ପାଲଟା ସିଂ ଓ ତାଙ୍କ ଟିମ୍ ସଙ୍କରା ଖୋଲା ଛକରେ ସବୁ ଗାଡି ମଟରକୁ ଯାଞ୍ଚ କରି କାଲି ଠାରୁ କେହି ଗାଡି ନ କାଢ଼ିବାକୁ ପରାମର୍ଶ ଦେଇଛନ୍ତି ।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.