ନିଜ ଘରକୁ ପୋଡିବାପରେ କୂପକୁ ଡେଇଁ ଆତ୍ମହତ୍ୟା କଲେ ବୃଦ୍ଧ

ଜୁନାଗଡ଼/ଗୋଲାମୁଣ୍ଡା: କୂପ ଭିତରୁ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ତଦନ୍ତଜାରୀ ରଖିଛି ପୋଲିସ । ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନୂଆଗାଁ ପଞ୍ଚାୟତ ପଦ୍ମପୁର ଗ୍ରାମର କୁର୍ତ୍ତି ଭୋଇ (୬୦) ।

ପ୍ରାପ୍ତ ସୂଚନା ଆଧାରରେ କିଛି ଦିନ ତଳେ ରାତି ସମୟରେ ନିଜ ଘରକୁ ପୋଡିଦେଇଥିଲେ କୁର୍ତ୍ତି । ସେଥିରେ ଦୁଇ ବଖରା ଘର ପୋଡିଯିବା ସଙ୍ଗେ ତାଙ୍କ ସ୍ତ୍ରୀ ଅଧେ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି । କୁର୍ତ୍ତିଙ୍କ ସ୍ତ୍ରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସେ ଗଞ୍ଜେଇ ଓ ମଦ ପିଇ ନିଶାସକ୍ତ ଅବସ୍ଥାରେ ଲାଞ୍ଜି ଗ୍ରାମର ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଲାଞ୍ଜି ଗ୍ରାମର ଲୋକନାଥ ପୁଟେଲଙ୍କ କୂପରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । କୁର୍ତ୍ତି କୂପକୁ ଡେଇଁପଡି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଏସମ୍ପର୍କରେ ମୃତକର ଭାଇକୁ ଜଣାଇବାରୁ ତାଙ୍କର ଭାଇ ରଘୁମଣି ଭୋଇ କେଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଶ୍ରୀଯୁକ୍ତ ଶ୍ରଧାକର କନ୍ଧ ତାଙ୍କର ଟିମ ଏବଂ ଗୋଲାମୁଣ୍ଡା ଅଗ୍ନିଶମ ବାହିନୀ ସହିତରେ ଘଟଣାସ୍ଥଳକୁ ଯାଇ କୂପ ଭିତରୁ ମୃତ ଦେହ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ଜୁନାଗଡ଼ ପ୍ରତିନିଧି ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.