ପେନସନର ଆସୋସିଏସନ ପକ୍ଷରୁ ଇପିଏଫ ସମସ୍ୟା ନେଇ ସାଂସଦଙ୍କୁ ଦାବି ପତ୍ର

ରାୟଗଡ,୨୬/୭: ଅଲ୍ ଓଡ଼ିଶା ପେନସନର ଆସୋସିଏସନ୍ ରାୟଗଡ ଜିଲ୍ଲା ଶାଖା ପକ୍ଷରୁ ଏକ ଦାବି ପତ୍ର ସାଂସଦଙ୍କୁ ପ୍ରଦାନ କରାଯାଇଛି । ରାୟଗଡ଼ା ଜିଲ୍ଲା ଶାଖାର ଆବାହକ ସୀମାଞ୍ଚଳ ଚୌଧୁରୀଙ୍କ ନେତୃତ୍ବରେ ବିଭିନ୍ନ ବିଭାଗରେ କାମ କରୁଥିବା କର୍ମଚାରୀ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, କାେରାପୁଟ ଲୋକସଭା ସାଂସଦ ଇଂ. ସପ୍ତଗିରି ଉଲାକାଙ୍କୁ ସାକ୍ଷାତ କରି ଇପିଏଫ୍ ଜନିତ ସମସ୍ୟା ଉପରେ ଆଲୋଚନା କରିଥିଲେ। ସୁପ୍ରିମକୋର୍ଟ ନିର୍ଦ୍ଦେଶାନୁଯାୟୀ ମାସିକ ୯ ହଜାର ଟଙ୍କା ଭତ୍ତା ପ୍ରଦାନ ସହ ପେନସନ୍ ଭୋଗୀଙ୍କୁ ଚିକିତ୍ସା ଭତ୍ତା କିମ୍ବା ଆୟୁଷ୍ମାନ ଯୋଜନାରେ ସାମିଲ୍ କରି ମାଗଣା ଚିକିତ୍ସା ସୁବିଧା ଯୋଗାଇବା, ବରିଷ୍ଠ ପେନସନଧାରୀଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ଆସୋସିଏସନ୍ ପକ୍ଷରୁ ଦାବି ଉପସ୍ଥାପନା କରାଯାଇଛି। ସର୍ବୋଚ୍ଚ ନ୍ୟାୟଳୟର ନିର୍ଦେଶକୁ ଏଯାବତ୍ କାର୍ଯ୍ୟକାରୀ କରାଯାଇ ନ ଥିବାରୁ ପେନସନର ଆସୋସିଏସନ୍ କ୍ଷୋଭ ପ୍ରକାଶ କରିଛି। ପେନସନଭୋଗୀଙ୍କ ସମସ୍ୟାକୁ ଯଥା ଶୀଘ୍ର ସମାଧାନ କରିବାକୁ ଆସୋସିଏସନ୍ ଦାବି କରିଛି। ରାୟଗଡରେ ୪ ହଜାରରୁ ଉର୍ଦ୍ଧ ପେନସନ୍ ଭୋଗୀ ରହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦାବିପତ୍ର ପ୍ରଦାନ ସମୟରେ ବିଜୟ କୁମାର ମହାନ୍ତି, ବିରଞ୍ଚି ନାରାୟଣ ସାହୁ, ଏସ୍. ଦିଲେଶ୍ବର ରାଓ, ବି. ଜଗନ୍ନାଥ, ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Udyog Nursery
Udyogi Nursery

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.