ଲାଞ୍ଜିଗଡରୋଡ ପଞ୍ଚାୟତକୁ ୨୪ ଘଣ୍ଟା ସଟ୍ ଡାଉନ୍ କଲେ ସରପଞ୍ଚ

ଲାଞ୍ଜିଗଡ,୨୫/୭: ମହାମାରୀ କରୋନା ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାସାଉଛି । ଏହାସହ ପଞ୍ଚାୟତ ସ୍ଥରରେ ସରପଞ୍ଚମାନେ ମଧ୍ୟ ସଜାଗ ଅଛନ୍ତି । ବ୍ଲକର ଲାଞ୍ଜିଗଡରୋଡ଼ ପଞ୍ଚାୟତରକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଟଙ୍କଧର ମାଝୀ । ଲାଞ୍ଜିଗଡରୋଡ଼ ପଞ୍ଚାୟତ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା ୧୦୫ ତା- ୨୫/୭/୨୦୨୦ ରିଖ ରେ ଉଲ୍ଲେଖ ରହିଛି ଯେ, କରୋନା ସଂକ୍ରମଣ ଯୋଗୁଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ପଡୋଶୀ ରାୟଗଡା ଜିଲ୍ଲାରେ କରୋନା ପଜିଟିଭ୍ ମାମଲା ହୁହୁ ହୋଇ ପଢିବା ପରେ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜୁଲାଇ ୨୬ ତାରିଖ ରବିବାର ସକାଳ ୬ ଘଣ୍ଟା ଠାରୁ ସୋମବାର ୬ ଘଣ୍ଟା ପର୍ଯ୍ୟନ୍ତ ଲାଞ୍ଜିଗଡରୋଡ଼ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ସ୍ବାସ୍ଥ୍ୟ ସମନ୍ଧିୟ ସେବାକୁ ଏହି ବନ୍ଦରୁ ବାଦ ଦିଆଯିବ । ଏହା ସହ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ତହସିଲଦାର ମୁନିନ୍ଦ୍ର ହୁନାଙ୍ଗା ପଞ୍ଚାୟତବାସୀଙ୍କୁ ପାଳନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.