ଗୁରବାର ମୋଟେର ପଞ୍ଚାୟତ ସଟ୍‌ଡାଉନ ଘୋଷଣା

କୋକସରା,୨୯/୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋଟେର ପଞ୍ଚାୟତକୁ ୨୪ ଘଣ୍ଟା ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ସୁଶୀଲ ଶବର । ଗୁରବାର ମୋଟେର ସାପ୍ତାହିକ ହାଟ ବସୁଥିବାରୁ ପଡ଼ୋଶୀ ବ୍ଲକରୁ ଅନେକ ବ୍ୟବସାୟୀ ଆସୁଛନ୍ତି । ତେଣୁ ସତର୍କତା ପଦକ୍ଷେପ ଏବଂ ସୁରକ୍ଷା ଦୃଷ୍ଟିରୁ ସରପଞ୍ଚ ଏହି ପଦକ୍ଷେପ ନେଇଛନ୍ତି । ଡ଼ାକବାଜି ଯନ୍ତ୍ରରେ ଆଜି ପ୍ରଚାର କରି ଲୋକଙ୍କୁ ଅବଗତ କରାଯାଇଛି । ଏହି ସଟ୍‌ଡାଉନ ଯୋଗୁଁ ଆସନ୍ତା କାଲି ମୋଟେର ପଞ୍ଚାୟତର ସାପ୍ତାହିକ ହାଟ ସହ ଦୋକାନ ବଜାର ବନ୍ଦ ରହିବ । କିନ୍ତୁ ସଟଡାଉନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.