● ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ କଲେ ଶୁଭାରମ୍ଭ
ବାଲେଶ୍ଵର,୨୯/୭ (କୃଷ୍ଣ କୁମାର ମହାନ୍ତି) : ସାଂପ୍ରତିକ ପରିସ୍ଥିତିରେ ମହାମାରୀ କରୋନା ପାଇଁ ସମୁଦାୟ ଜନଜୀବନ ପ୍ରଭାବିତ ହୋଇ ପଡିଛି। ଏପରି ଦୁଃସ୍ଥିତିରେ ରାଜ୍ୟ ସରକାର ଜନସାଧାରଣଙ୍କ ହିତ ପାଇଁ ଅନେକ ପ୍ରକାର ଜନମଙ୍ଗଳ ପଦକ୍ଷେପମାନ ଗ୍ରହଣ କରୁଥିବା ଦେଖାଯାଉଛି।
ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ବାଲେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବାଲେଶ୍ବର ସହରର ବିଭିନ୍ନ ୱାର୍ଡ ତଥା ବସ୍ତି ଅଞ୍ଚକୁ ସାନିଟାଇଜ୍ ବା ବିଶୋଧନ କରିବା ପାଇଁ ନିଷ୍ପତ୍ତି ହୋଇଛି। ବାଲେଶ୍ବର ସହରର ନୂଆବଜାର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ସମ୍ମୁଖରୁ ଏହି ସାନିଟାଇଜ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ପ୍ରତ୍ୟେକ ଦିନ ୨ଟି ୱାର୍ଡ ସାନିଟାଇଜ୍ କରାଯିବା ସହ ସମସ୍ତ ବସ୍ତି ଅଞ୍ଚଳରେ ଏହି ସାନିଟାଇଜ କରାଯିବ ବୋଲି ଶ୍ରୀଦାଶ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଆଲୋକ ସାହୁ, ଜିଲ୍ଲା ‘ଜୀବନବିନ୍ଦୁ’ର ସଂଯୋଜକ ଆଶିଷ ଘୋଷ, ବିଜେଡି ଟାଉନ ସଂଖ୍ୟାଲଘୁ ସେଲ୍ ସଭାପତି ସଲିମ ରାଜା, ମିଡ଼ିଆ ସଂଯୋଜକ ଧିରେନ ନାୟକ, ବିଜେଡି ରାଜ୍ୟ ପରିଷଦ ସଦସ୍ୟା ରଂଜିତା ମହାପାତ୍ର, ପୂର୍ବତନ ଉପ ନଗରପାଳ ଶକୁନ୍ତଳା ସିଂ, ପୂର୍ବତନ କାଉନସିଲର୍ ମୁନୁମଣି ନାୟକ, କବିତା ମୁର୍ମୁ, କୌଶଲ୍ୟାମଣି ଦାସ, ଶିବ ସିଂ, କୈଳାଶ ଦାଶ, ଚନ୍ଦ୍ରଶେଖର ପାତ୍ର, ଚିତ୍ତରଞ୍ଜନ ସାହୁ, ବିଜେଡି ସଂଖ୍ୟାଲଘୁ ସେଲ୍ ନେତା ଲକ୍ଷ୍ମଣ ବେହେରା ଏବଂ ବହୁ ବିଜେଡି ନେତା ଉପସ୍ଥିତ ଥିଲେ।