ରାୟଗଡ ଜିଲ୍ଲା କଲ୍ୟାଣ ବିଭାଗରେ ମାଟ୍ରିକ ପାସ୍ ହାର ୭୬.୨୪ ପ୍ରତିଶତ

୮୦ ପ୍ରତିଶତରୁ ଉର୍ଦ୍ଧ ମାର୍କ ରଖି ଫାଲଗୁନି ଓ ମହେଶ ଦୁଇଜଣ ଏ-୨ ବର୍ଗରେ

ରାୟଗଡ,୨୯/୭: ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ତରଫରୁ ବୁଧବାର ଦିନ ଭିଡିଓ ରିଲିଜ ମାଧ୍ୟମରେ ମାଟ୍ରିକ ରିଜଲ୍ଟ ପ୍ରକାଶିତ ହୋଇଛି । ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ ରାୟଗଡ ଜିଲ୍ଲା କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ୪୧ଗୋଟି ହାଇସ୍କୁଲର ମାଟ୍ରିକ ରିଜଲ୍ଟ ପାସହାର ୭୬.୨୪ ପ୍ରତିଶତ ହୋଇଥିବା ବିଭାଗ ତରଫରୁ ସୂଚନା ମିଳିଛି । ଚଳିତ ବର୍ଷ ୪୧ଟି ହାଇସ୍କୁଲରୁ ୩୦୦୪ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଏଥିରେ ଜିଲ୍ଲାର ମୁନିଗୁଡା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଫାଲଗୁନି ବାଗ ୮୪.୫୦ପ୍ରତିଶତରେ ୫୦୭ ନମ୍ବର ମାର୍କ ରଖି ଏ-୨ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାରେ ଟପ୍ପର ହୋଇଥିବା ବେଳେ ଗୁଣୁପୁର ବ୍ଲକ ଅନ୍ତର୍ଗତ ଭାରସିଂ ଉଚ୍ଚ ବିଦ୍ୟାଳୟର ଛାତ୍ର ମହେଶ ଶବର ୮୦.୫୦ପ୍ରତିଶତରେ ୪୮୩ ନମ୍ବର ମାର୍କ ରଖି ଏ-୨ବର୍ଗରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସେହିପରି ବି-୧ ବର୍ଗରେ ୧୧,ବି-୨ରେ ୩୪,ସି -ରେ ୯୯,ଡି-ରେ ୪୨୧,ଇ-ରେ ୧୭୧୭ ଓ ଏଫ ବର୍ଗରେ ୭୧୯ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ଜଣେ କପି କରି ଧରାପଡିଥିଲେ । କଲ୍ୟାଣ ବିଭାଗ ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ଯୟନ କରି ଉତୀର୍ଣ୍ଣ ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଠ ପଢିବାରେ ଥିବା ଉତ୍ସାହ ହିଁ ସେମାନଙ୍କ କଠିନ ପରିଶ୍ରମର ଫଳାଫଳ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ପ୍ରକାଶ କରିଛନ୍ତି ଏବଂ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଜିଲ୍ଲା ଶିକ୍ଷା ମଙ୍ଗଳାଧିଶ ଶ୍ୟାମଘନ ଭୁୟାଁ ମଧ୍ୟ ଛାତ୍ରଛାତ୍ରୀଙ୍କ ଏହି ସଫଳତାକୁ ନେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.