ବେଦାନ୍ତରେ କରୋନା : ଏକା ସାଙ୍ଗରେ ଲାଞ୍ଜିଗଡ଼ ବ୍ଲକର ୪ ପଞ୍ଚାୟତ ସଟଡାଉନ

ଲାଞ୍ଜିଗଡ, ବସନ୍ତପଡା, ଛତ୍ରପୁର ଓ ଜଗନ୍ନାଥପୁର ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସ୍ଥାନୀୟ ସରପଞ୍ଚ

ଲାଞ୍ଜିଗଡ,୩୦/୭: ସ୍ଥାନୀୟ ବେଦାନ୍ତ କମ୍ପାନୀର ୨୪ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହେବାପରେ ଲାଞ୍ଜିଗଡ଼ ବ୍ଲକର ୪ଟି ପଞ୍ଚାୟତ ଏକା ସାଙ୍ଗରେ ସଟଡାଉନରେ ରହିଛି । ବସନ୍ତପଡା, ଛତ୍ରପୁର, ଲାଞ୍ଜିଗଡ଼ ଓ ଜଗନ୍ନାଥପୁର ପଞ୍ଚାୟତରକୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଲାଞ୍ଜିଗଡ଼ ସରପଞ୍ଚ ସୁଶ୍ରୀ ମଣି ମାଝୀ, ବସନ୍ତପଡା ସରପଞ୍ଚ ଆଦନୁ ମାଝୀ, ଛତ୍ରପୁର ସରପଞ୍ଚ ରାଜୀବ ମାଝୀ ଓ ଜଗନ୍ନାଥ ପୁର ସରପଞ୍ଚ ମମିତା ମାଝୀ। ପଞ୍ଚାୟତ ମାନଙ୍କ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା ଲାଞ୍ଜିଗଡ ପତ୍ର ସଂଖ୍ୟା-୨୪୩, ବସନ୍ତ ପଡା ପତ୍ର ସଂଖ୍ୟା-୮୮, ଛତ୍ରପୁର ପତ୍ର ସଂଖ୍ୟା-୩୫ ଓ ଜଗନ୍ନାଥପୁର ପତ୍ର ସଂଖ୍ୟା-୫୦ ତା- ୩୦/୭ /୨୦୨୦ ରିଖରେ ଉଲ୍ଲେଖ ରହିଛି ଯେ, ଲାଞ୍ଜିଗଡ଼ ବେଦାନ୍ତ ଟାଉନସିପରେ ବୁଧବାର ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭବିଷ୍ୟତକୁ ଦୃଷ୍ଟିରେ ରଖି ସଟଡାଉନ ନିଷ୍ପତ୍ତି ନିଆଯାଇଛି । ଏହାସହ ପଡୋଶୀ ରାୟଗଡା ଜିଲ୍ଲା ଏବଂ କଳାହାଣ୍ଡିରେ କରୋନା ପଜିଟିଭ୍ ମାମଲା ଦିନକୁ ଦିନ ବଢି ଚାଲିଥିବା ଯୋଗୁଁ ପଞ୍ଚାୟତର ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜୁଲାଇ ୩୦ ତାରିଖ ଗୁରୁବାର ସକାଳ ୬ ଘଣ୍ଟା ଠାରୁ ବୁଧବାର ଦିନ ପର୍ଯ୍ୟନ୍ତ ୪ ଗୋଟି ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ସ୍ବାସ୍ଥ୍ୟ ସମନ୍ଧିୟ ସେବାକୁ ଏହି ବନ୍ଦରୁ ବାଦ ଦିଆଯିବ । ଏହା ସହ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ତହସିଲଦାର ମୁନିନ୍ଦ୍ର ହୁନାଙ୍ଗା ପଞ୍ଚାୟତବାସୀଙ୍କୁ ପାଳନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.