ସମ୍ପୂର୍ଣ ସଟଡାଉନରେ ଧର୍ମଗଡ଼ ସହର, ଚାଲିଛି ଓ୍ବାର୍ଡ ଟୁ ଓ୍ବାର୍ଡ ସର୍ଭେ

ଧର୍ମଗଡ଼,୩୦/୭: କରୋନା ଶୃଙ୍ଖଳାକୁ ଛିନ୍ନ କରିବାପାଇଁ ଫୁଲ୍ ଦମରେ ଲାଗି ପଡିଛି ପ୍ରଶାସନ । ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଧର୍ମଗଡ଼ ସହରକୁ ଗୋଟିଏ ଦିନ ସମ୍ପୂର୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଧର୍ମଗଡର ବିଭିଭିନ୍ନ ଛକରେ ଜଗିବସିଛି ପୋଲିସ । ଚାଲିଛି କଡାକଡି ଯାଞ୍ଚ । ଧର୍ମଗଡରୁ କାହାକୁ ବାହାରକୁ ଯିବାକୁ ଅନୁମତି ଦେଉନାହିଁ କି ଧର୍ମଗଡ ସହରକୁ ଆସିବା ପାଇଁ ଅନୁମତି ନାହିଁ । ଏହାସହ ପଡୋଶୀ ରାଜ୍ୟ ଛତିଶଗଡ ସୀମାକୁ ମଧ୍ୟ ଜଗିବସିଛି ପୋଲିସ । ସହରର ଘରକୁ ଘର ବୁଲି ଆଶା କର୍ମୀ ଅଙ୍ଗନୱାଡ଼ି କର୍ମୀ, ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଆରମ୍ଭ କରିଛନ୍ତି ସ୍କ୍ରିନି ଟେଷ୍ଟ । ସହରର ୧୫ ଗୋଟି ୱାର୍ଡକୁ ବୁଲି ବୁଲି ନିରୀକ୍ଷା କରିବା ସହ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ସେଭଳି କୌଣସି ଲକ୍ଷଣ ଥିବା ବ୍ୟକ୍ତି ଜଣା ପଡେ ତାହେଲେ ତାଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସମୁଦାୟ ୩୧ ଟି ଟିମ୍ ଗଠନ କରା ଯାଇଛି ଓ ୭ ଗୋଟି ୱାର୍ଡ ଅଫିସର ନିଯୁକ୍ତି ହେବା ସହ ଧର୍ମଗଡ଼ରେ ତିନୋଟି ସ୍ୱାବ ସଂଗ୍ରହ କେନ୍ଦ୍ର କରାଯାଇ ସ୍ଵାବ ସଂଗ୍ରହ କରାଯାଉଛି ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ Odiabarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.