ଇଷ୍ଟ କୋଷ୍ଟ ରେଲୱେ ଠିକା ମଜଦୁର ସଂଘ ପକ୍ଷରୁ ୪ଦଫା ଦାବିପତ୍ର ପ୍ରଦାନ

ରାୟଗଡ,୩୦/୭: ଇଷ୍ଟ କୋଷ୍ଟ ରେଲୱେ ଠିକା ମଜଦୁର ସଂଘ, ରାୟଗଡର ସଭାପତି ଜେ.ଗୋବିନ୍ଦ ଓ ସାଧାରଣ ସଂପାଦକ କୃତିବାସ କରକରିଆଙ୍କ ନେତୃତ୍ୱରେ ରାୟଗଡ ରେଳବାଇ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ଡିଆରଏମ,ୱାଲଟେର ଡିଭିଜନଙ୍କ ଉଦ୍ଦେଶ୍ୟରେ ୪ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିଗୁଡିକ ମଧ୍ୟରେ ଠିକା ସଫେଇ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟ ପ୍ରଦାନ କରିବା, ଟେଣ୍ଡରଗୁଡିକ ଯଥାଶୀଘ୍ର ପ୍ରକାଶ କରିବା, ଜୁଲାଇ ମାସର ସଂପୂର୍ଣ୍ଣ ବେତନ ପ୍ରଦାନ କରିବା, ୩ବର୍ଷର ସଂପୂର୍ଣ୍ଣ ପି.ଏଫ.ଟଙ୍କା ପ୍ରତି ଶ୍ରମିକଙ୍କ ପାଇଁ ଜମା କରିବା, ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ପ୍ରଦାନ କରିବା ଆଦି ଦାବି ରହିଛି । ଏହି ଦାବିପତ୍ର ଡିଆରଏମ,ୱାଲଟେର ଡିଭିଜନ ସହ ରେଳ ମନ୍ତ୍ରୀ ଓ ରେଳବାଇର ଅନ୍ୟାନ୍ୟ ଉଚ୍ଚ କର୍ତୁପକ୍ଷ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ବିଏମଏସ ନେତା ଅରୁଣ କୁମାର ଲେଙ୍କା, ରାଜ୍ୟ ସଂପାଦକ ଯୋଗେଶ୍ୱର ଦାସ, ଜିଲ୍ଳା ସଂପାଦକ ଖଗେଶ୍ୱର ସିଂଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ଏବଂ ଦାବି ତୁରନ୍ତ ପୂରଣ ନ ହେଲେ ଆଗାମୀ ଦିନରେ ରେଳ ଷ୍ଟେସନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଘ ତରଫରୁ ପ୍ରକାଶ କରାଯାଇଛି ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.