କଳାହାଣ୍ଡିରେ ୩୩ : ଲାଞ୍ଜିଗଡ ବେଦାନ୍ତ ଟାଉନସିପରେ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ

କଳାହାଣ୍ଡି ଜିଲ୍ଲାର ୨୨୧ରେ ପହଞ୍ଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦୁଇ ଦିନ ଭିତରେ ଲାଞ୍ଜିଗଡ ବେଦାନ୍ତରେ ପଜିଟିଭ ସଂଖ୍ୟା ୩୭ ଛୁଇଁଲା

ଲାଞ୍ଜିଗଡ,୩୦/୭: ଆଜି କଳାହାଣ୍ଡି ଜିଲ୍ଲାରେ ୩୩ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବେଦାନ୍ତ ଟାଉନସିପର ୧୩ଜଣ, ଲାଞ୍ଜିଗଡ ବ୍ଲକ ଛତ୍ରପୁରର ଜଣେ, ଭବାନୀପାଟଣାର ୬, ନର୍ଲା କଣ୍ଟେନମେଣ୍ଟ ଜୋନରୁ ୪, ଭବାନୀପାଟଣା ଅର୍ବାନ ପ୍ରାୟିମେରୀ ହେଲଥ ସେଣ୍ଚରର ୨ଜଣ କରୋନା ଯୋଦ୍ଧା, ୪ ପୋଲିସ କର୍ମଚାରୀ (ଭବାନୀପାଟଣାର ଜଣେ ଓ ଧର୍ମଗଡର ୩), କେସିଙ୍ଗା ଟିଏମସିରୁ ୨ଟି ମାମଲା ଓ ମ.ରାମପୁରରୁ ଗୋଟିଏ ଏମିତି ଆଜି ୩୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ରିଲିଜରେ ଦର୍ଶାଯାଇଛି । ଏହାସହ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨୨୧ରେ ପହଞ୍ଚିଛି ।

ବୁଧବାର ଲାଞ୍ଜିଗଡ ବେଦାନ୍ତରେ ୨୪ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଆଜି ସକାଳ ଠାରୁ ୭ ଦିନ ପର୍ଯ୍ୟନ୍ତ ଲାଞ୍ଜିଗଡ ବ୍ଲକର ବସନ୍ତପଡା, ଲାଞ୍ଜିଗଡ, ଛତ୍ରପୁର ଓ ଜଗନ୍ନାଥପୁର ପଞ୍ଚାୟତ ସଟଡାଉନରେ ରହିଛନ୍ତି । ଅନ୍ୟପଟେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ଟିମ ବେଦାନ୍ତ ଟାଉନସିପ ଓ ଅନ୍ୟଏକ ଟିମ ଲାଞ୍ଜିଗଡ ଅଞ୍ଚଳର ୪ଗୋଟି ପଞ୍ଚାୟତର ଗାଁ ଗାଁ ବୁଲି ସ୍କିନିଙ୍ଗ ଓ କରୋନା ଟେଷ୍ଟ ଆରମ୍ଭ କରିଥିଲେ ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.