ଡଳେନ୍ଦ୍ର ଶବର କଳାହାଣ୍ଡି ଏସଏସଡି ସ୍କୁଲ ଟପ୍ପର

ଲାଞ୍ଜିଗଡ,୩୦/୭: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଲାଞ୍ଜିଗଡ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି) ଲାଞ୍ଜିଗଡର ଛାତ୍ର ଡଳେନ୍ଦ୍ର ଶବର କଳାହାଣ୍ଡି ଜିଲ୍ଲାର ଏସଏସଡି ସ୍କୁଲ ସ୍ଥରରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେ ମୋଟ ୫୦୮(୮୪.୬୬%) ରଖିଛନ୍ତି । ଡଳେନ୍ଦ୍ର ଭବାନୀପାଟଣା ବ୍ଲକ ଭିକାଝରଣ ଗାଁର ନରୋତ୍ତମ ଶବର ଓ ଜେମା ଶବରଙ୍କ ପୁତ୍ର ଅଟନ୍ତି । ଏହି ସଫଳତା ପାଇଁ ସ୍କୁଲ ଅଧ୍ୟକ୍ଷ ଜିତେନ୍ଦ୍ର ନାରାୟଣ ନାଗ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ଥାନୀୟ ସ୍କୁଲ କତୃପକ୍ଷଙ୍କ ସମେତ ଜିଲ୍ଲାର ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.