ଖୁଲମଖୁଲା ବେଆଇନ ମଦ ବିକ୍ରୀ

ମଦ କୋଠି ବନ୍ଦ କରିବାକୁ ପ୍ରଶାସନକୁ ନିବେଦନ କଲେ ଗ୍ରାମବାସୀ

ଖଡ଼ିଆଳ,୩୧/୭: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଦୋହେଲ ପଡା ପଞ୍ଚାୟତର ବହଲ ପଦର ଗାଁରେ ବେଆଇନ ମଦ ବିକ୍ରିକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ କିଛି ବ୍ୟକ୍ତି ଗାଁରେ କୋଠି ଖୋଲି ଖୁଲମ ଖୁଲା ମଦ ବିକ୍ରୟ କରୁଛନ୍ତି।

Omkar Vasthu
Omkar Vasthu

ବର୍ତ୍ତମାନର କରୋନା ପରିସ୍ଥିତିରେ ଲୋକେ ଆର୍ଥିକ ଅନଟନରେ ରହୁଥିବା ବେଳେ ପରିବାର ପ୍ରତିପୋଷଣ ମଧ୍ୟ କଷ୍ଟ ହୋଇପଡୁଛି। ଅନ୍ୟପଟେ ଗାଁରେ ମନଇଚ୍ଛା କୋଠି ଖୋଲୁଥିବାରୁ ଅନେକ ଲୋକ ଉପାର୍ଜିତ ଧନ ମଦପିଆରେ ଉଡେଇ ଦେଉଛନ୍ତି। ଏହାଦ୍ବାରା ସେମାନଙ୍କ ପରିବାରରେ ଆର୍ଥିକ ଅସ୍ବଚ୍ଛଳତା ସହ ପାରିବାରିକ ଅସନ୍ତୋଷ ଦେଖାଦେଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ନିକଟସ୍ଥ ରିସି ଗାଁରେ ମଦଭାଟି ଥିବା ବେଳେ ଭାଟି ମାଲିକ ବେଆଇନ ଭାବରେ ଗାଁ ଗାଁରେ ମଦ କୋଠି ଖୋଲି ମଦ ବିକ୍ରୟ କରୁଛନ୍ତି। ଏନେଇ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବକ ସଂଘର କର୍ମକର୍ତ୍ତା ଭାଟି ମାଲିକଙ୍କୁ ଭେଟି ପ୍ରତିବାଦ କରିବାରୁ କୋଠି ସବୁ ବନ୍ଦ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ। ବର୍ତମାନ ସୁଦ୍ଧା ଖୁଲମଖୁଲା କୋଠିରେ ଚାଲିଛି ମଦ ବିକ୍ରି।

Udyog Nursery
Udyogi Nursery

ଗ୍ରାମବାସୀ ଏନେଇ ଖଡ଼ିଆଳ ଥାନାଧିକାରୀ, ଅବକାରୀ ନିରୀକ୍ଷକଙ୍କୁ ଲିଖିତ ଅଭିଯୋଗ କରି ମଦ କୋଠି ବନ୍ଦ ନ କଲେ ଭବିଷ୍ୟତରେ ଅସୁବିଧା ହେଲେ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.