ବାଲେଶ୍ଵର, ୩୧/୭:(କୃଷ୍ଣ କୁମାର ମହାନ୍ତି) ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୮୩ ନମ୍ବର ରଖି ‘ଏ’ ଓ୍ଵାନ୍ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ରେମୁଣା ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଜିତେନ୍ ମହାଳିକଙ୍କୁ ବାଲେଶ୍ଵର ସ୍ଥିତ ସ୍ମାଇଲ ସୋସାଇଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ପରୀକ୍ଷାରେ ଏହି ଉତ୍ତମ ପ୍ରଦର୍ଶନ ପାଇଁ ସ୍ମାଇଲ ସୋସାଇଟି’ର ସଭାପତି ଶୁଭମ୍ ସାଇ ମହାପାତ୍ର ଜିତେନଙ୍କୁ ଫିଜିକ୍ସର ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ଆଶାବାଦୀ ଥିବା ଜିତେନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପୁସ୍ତକ ଯୋଗାଇ ଦେବେ ବୋଲି ମଧ୍ୟ ଶୁଭମ୍ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ହ୍ରିତିକ୍ ନାୟକ, ଅଭିଜିତ ବିଶ୍ଵାଳ, ସତ୍ୟ ଶଙ୍କର ମହାନ୍ତି, କୁମାର ଚିନୁ ପ୍ରମୁଖ ଉପସ୍ଥିତ ଥିଲେ।