କେନାଲ ଓ କାଡ଼ା(CADA) କାର୍ଯ୍ୟ ଗୁଡିକର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି

କେନାଲ ଭାଙ୍ଗିଲା : ଚାଷୀଙ୍କ ଉଦବେଗ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ତା ସଂପ୍ରତି ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି।ଇନ୍ଦ୍ରାବତୀ ଦକ୍ଷିଣ କେନାଲର କୋଲିଗାଁ ଦିଷ୍ଟ୍ରିବୁଟରୀର କାନ୍ଦୁଲ ଡଙ୍ଗରି ପାଖରେ କେନାଲ ଭାଙ୍ଗିଥିବା ବେଳେ, ଏବେ ତେନ୍ତୁଳିଖୁଣ୍ଟି ଦିଷ୍ଟ୍ରିବୁଟରୀ ର ପିତାଗୁଡା ଠାରେ କେନାଲ ଭାଙ୍ଗିଛି। ଚଳିତ ବର୍ଷ କେବଳ ମୁଖ୍ୟ କେନାଲର ଅମରି ସଫାକରି, ଶାଖା କେନାଲ ଗୁଡିକର ଉପଯୁକ୍ତ ଯତ୍ନ ନ ନେବା ଫଳରେ ଏଭଳି ସମସ୍ୟା ସୃଷ୍ଟି ହେଉଛି।ବିଭାଗ ଦ୍ଵାରା ଅନେକ ସମୟରେ କେନାଲ ନିର୍ମାଣ, ମରାମତି ହେଉଥିଲେହେଁ ନିମ୍ନମାନର କାର୍ଯ୍ୟ ସମ୍ପାଦନ ଯୋଗୁଁ ମାତ୍ର ଗୋଟିଏ ସିଜନ ମଧ୍ୟରେ କେନାଲ ଗୁଡିକର ଅବସ୍ଥା ସମସ୍ୟା ସୃଷ୍ଟି କରୁଛି। ସମ୍ପ୍ରତି ଧାନ ରୁଆ, ବେଉଷଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ, କେନାଲ ଭାଙ୍ଗି ଯାଇଥିବା ଯୋଗୁଁ ଜଳସେଚନରେ ବ୍ୟାଘାତ ସୃଷ୍ଟି ହୋଇଛି। ତୃଣମୂଳ ସ୍ତରରେ ଥିବା ପାଣିପାଞ୍ଚାୟତ ଗୁଡିକ ଚାଷୀଙ୍କ ସମସ୍ୟା ସମାଧାନ କରିବା ଦିଗରେ ସଠିକ ଭାବେ ପଦକ୍ଷେପ ନେଉ ନାହାଁନ୍ତି। ପିତଗୁଡା ଠାରେ କେନାଲ ଭାଙ୍ଗିବା ଫଳରେ ପିତଗୁଡା, କୁଲିହାରୀ, ଚାରଭାଟି ଆଦି ଅଂଚଳର ଶହ ଶହ ଏକଡ଼ ଚାଷ ଜମି ପ୍ରଭାବିତ ହେବ। କେନାଲ ଭାଙ୍ଗିବା ଓ ଜଳସେଚନ ତ୍ୱରାନ୍ୱିତ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି। ଜୁନାଗଡ଼ ଅଂଚଳର କେନାଲ ଓ କାଡ଼ା(CADA) କାର୍ଯ୍ୟ ଗୁଡିକର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।

Omkar Vasthu
Omkar Vasthu

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.