ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୩ଦିନ ରାୟଗଡ ଜିଲ୍ଳା ସଟଡାଉନ୍‌

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଦୁଇଦିନ ବନ୍ଦ

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୬୪ଜଣ ପଜିଟିଭ୍ ଚିହ୍ନଟ , ୮୯୭ ଛୁଇଁଲାଣି ପଜିଟିଭ୍ ସଂଖ୍ୟା

ମେଡିକଲ ନାଁରେ ସାମାଜିକ ଉତ୍ସବରେ ଯୋଗ ଦେବାକୁ ଯାଉଛନ୍ତି ଲୋକେ : ଜିଲ୍ଳାପାଳ

ରାୟଗଡ,୧/୮: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କୋଭିଡ-୧୯ଗାଇଡଲାଇନକୁ ଅନୁସରଣ କରି ରାୟଗଡ ଜିଲ୍ଳା ପ୍ରଶାସନ ଉଦ୍ୟମ କରୁଥିବା ବେଳେ ଲୋକେ ମେଡିକଲ ସମସ୍ୟା କହି ଆନ୍ତଃଜିଲ୍ଳା ତଥା ପଡୋଶୀ ରାଜ୍ୟଗୁଡିକରେ ହେଉଥିବା ସାମାଜିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ କରୋନା ପଜିଟିଭ୍ ହେଇ ଆସୁଛନ୍ତି । ଫଳରେ ହୋମ କ୍ୱାରେନଟାଇନରେ ରହୁଥିବା ଲୋକଙ୍କ ଠାରେ ପଜିଟିଭ୍ ଲକ୍ଷଣ ଦେଖାଦେଉଛି । ସାମାଜିକ ଦୂରତା ବଜାୟ ନ ରଖିବା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ନ ଦେବା ଏହାର ମୂଳ କାରଣ ବୋଲି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମ ଜରିଆରେ ଜିଲ୍ଳାବାସୀଙ୍କୁ ସର୍ତକ ହୋଇ ରହିବା ସହ କୋଭିଡ -୧୯ ଗାଇଡଲାଇନ ମାନି ଚଳିବାକୁ ପୁଣିଥରେ ନିବେଦନ କରିଛନ୍ତି । ଏଥିସହ ଶନିବାର ଦିନ ରାୟଗଡ ଜିଲ୍ଳାରୁ ଗୋଟିଏ ଦିନରେ ସର୍ବାଧିକ ରେକର୍ଡ ସଂଖ୍ୟକ ୧୬୪ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରବିବାର ଅଗଷ୍ଟ ୨ତାରିଖ ଠାରୁ ଆସନ୍ତା ମଙ୍ଗଳବାର ୪ତାରିଖ ପର୍ଯ୍ୟନ୍ତ ତିନିଦିନ ତଥା ୭୨ଘଂଟା ପର୍ଯ୍ୟନ୍ତ ଜିଲ୍ଳାକୁ ସଟଡାଉନ ଘୋଷଣା କରିଛନ୍ତି । ଏହି ସମୟରେ କଂଟାକ୍ଟ ଟ୍ରେସିଂ ଓ ସ୍ୱାବ ଟେଷ୍ଟିଂକୁ ଜୋରଦାର କରାଯିବ ବୋଲି କହିଛନ୍ତି । ସେହିପରି ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସପ୍ତାହିକ ଶନିବାର ଓ ରବିବାର ଦୁଇଦିନ ସଟଡାଉନକୁ ଆସନ୍ତା ଅଗଷ୍ଟ ୧୬ତାରିଖ ଯାଏଁ ବୃଦ୍ଧି କରିଥିବା ବେଳେ ଲକଡାଉନ ନିୟମ ନିର୍ଦ୍ଦେଶାବଳୀ ପ୍ରକାରେ ବଳବତର ରହିବ ବୋଲି ଜିଲ୍ଳାପାଳ ପ୍ରକାଶ କରିଛନ୍ତି । ରବିବାର ଠାରୁ ମଙ୍ଗଳବାର ୭୨ଘଂଟାରେ ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ଓ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଜାରି କରିଥିବା ବେଳେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କରୋନା ଯୋଦ୍ଧାମାନେ ବହୁମାତ୍ରାରେ ଆକ୍ରାନ୍ତ ହେଉଥିବାରୁ ରବିବାର ଅଗଷ୍ଟ ୨ ଓ ୩ତାରିଖ ସୋମବାର ଦୁଇଦିନ ବର୍ହିଃବିଭାଗ ବନ୍ଦ କରିବାକୁ ଓ ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ଓ ଅର୍ନ୍ତଃବିଭାଗ ସେବା ଚାଲୁ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ଶନିବାର ଦିନ ଚିହ୍ନଟ ହୋଇଥିବା ରେକର୍ଡ ସଂଖ୍ୟକ ୧୬୪ଜଣଙ୍କ ମଧ୍ୟରେ ୮୦ଜଣ ପୁରୁଷ ଓ ୮୪ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ଜିଲ୍ଳାର ଗୁଣପୁର ପୈାରାଂଚଳରୁ ୧୦ ଓ ଗ୍ରାମାଂଚଳରୁ ୪୦ଜଣ, ରାମନାଗୁଡା ବ୍ଳକରୁ ୧୫, ପଦ୍ମପୁର ବ୍ଳକରୁ ୧୭ଜଣ, ମୁନିଗୁଡା ବ୍ଳକରୁ ୯ଜଣ, ବିଷମକଟକ ବ୍ଳକରୁ ଜଣେ ଓ କୋଲନରା ବ୍ଳକରୁ ୧୪ଜଣ ଚିହ୍ନଟ ହୋଇଥିବା ବେଳେ ରାୟଗଡ ପୈାରାଂଚଳରୁ ୪୯ଜଣ ଓ ଗ୍ରାମାଂଚଳରୁ ୫ଜଣକୁ ମିଶାଇ ମୋଟ ୧୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ ଓ ବିଶାଖାପାଟଣାମକୁ ଯାଇଥିବା ୪ଜଣଙ୍କ ଗସ୍ତ ତଥ୍ୟ ରହିଛି ।

ଶନିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୬ଜଣ କରୋନା ଯୋଦ୍ଧା ରହିଥିବା ବେଳେ ଜିଲ୍ଳାରେ ମୋଟ ୧୪୧ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୫୮ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୮୩ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଳାରେ ବର୍ତମାନ ସୁଦ୍ଧା କୋଭିଡରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ଚହ୍ନଟ ହୋଇଥିବା ୮୯୭ଜଣଙ୍କ ମଧ୍ୟରୁ ୪୪୦ଟି ସକ୍ରିୟ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୪୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଟ୍ରିୁନେଟ/ଆଂଟିଜେନ ଟେଷ୍ଟରେ ୧୪ଜଣ, ଆରଟିପିସିଆର ଟେଷ୍ଟରେ ପ୍ରଥମ ପର୍ଯ୍ୟାୟରେ ୯୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬୦ଜଣ ମୋଟ ୧୬୪ଜଣଙ୍କ ସ୍ୱାବ ନମୁନା ପଜିଟିଭ ଆସିଥିବାରୁ ଶନିବାର ଦିନ ଘୋଷଣା କରାଯାଇଥିଲା । ବର୍ତମାନ ଜିଲ୍ଳାରେ ସ୍ଥିିତି ଜଟିଳ ରହିଥିବା ବେଳେ ହୋମ କ୍ୱାରେନଟାଇନରେ ରହୁଥିବା ଆକ୍ରାନ୍ତମାନେ ଠିକ୍ ସେ କୋଭିଡ-୧୯ମାର୍ଗଦର୍ଶିକା ଅବଲମ୍ବନ କରୁ ନ ଥିବାରୁ ଏହି ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡୁଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.