● ଗ୍ରୀନ ଜୋନରୁ ହଟିଲା କଲ୍ୟାଣସିଂହପୁର ବ୍ଳକ
ରାୟଗଡ,୨/୭: ଗତକାଲି ୮୯୭ରେ ଥିବା ପଜିଟିଭ ସଂଖ୍ୟା ଆଜି ଏକାଥରକେ ହଜାର ପାର କରିଛି ରାୟଗଡ ଜିଲ୍ଳାରେ । ରବିବାର ଦିନ ଜିଲ୍ଳାରେ ସର୍ବାଧିକ ୧୯୭ଜଣଙ୍କ ସ୍ୱାବ ନମୂନା ପଜିଟିଭ୍ ଆସିବା ପରେ ୧୦୯୪ରେ ପଂହଚିଛି କରୋନା ପଜିଟିଭ୍ଙ୍କ ସଂଖ୍ୟା । ତେବେ ଜିଲ୍ଳାରେ ସୁସ୍ଥତା ହାର ୪୭ପ୍ରତିଶତ ରହୁଥିବା ବେଳେ ୪୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ବଳକା ୬୧୭ଜଣ ତାଡମା, ଗୁଣପୁର, ବିଷମକଟକ କୋଭିଡ କେୟାର କେନ୍ଦ୍ର ଏବଂ ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ୭ଜଣ ଜୀବନ ଯୁଦ୍ଧରେ ହାରିଛନ୍ତି । ଜିଲ୍ଳାର ୧୧ଗୋଟି ବ୍ଳକ ମଧ୍ୟରୁ ଚନ୍ଦ୍ରପୁର ଓ କଲ୍ୟାଣସିଂହପୁର ବ୍ଳକ ଗ୍ରୀନ ଜୋନରେ ରହିଥିବା ବେଳେ ରବିବାର ଦିନ କଲ୍ୟାଣସିଂହପୁର ବ୍ଳକରୁ ୪ଜଣ ପଜିଟିଭ୍ ଚିହ୍ନଟ ପରେ ଚନ୍ଦ୍ରପୁର ଗୋଟିଏ ମାତ୍ର ବ୍ଳକ ଗ୍ରୀନ ଜୋନରେ ରହିଛି । ୧୯୪ଜଣ ପଜିଟିଭ୍ଙ୍କ ମଧ୍ୟରେ ୧୩୦ଜଣ ପୁରୁଷ ଓ ୬୭ଜଣ ମହିଳା ଆକ୍ରାନ୍ତ ରହିଥିବା ନେଇ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ଟ୍ରି୍ୟୁନେଟ/ଆଂଟିଜେନ ଟେଷ୍ଟରେ ୫୦ ଓ ଆରଟିପିସିଆର ଟେଷ୍ଟିରେ ୧୪୭ ଜଣଙ୍କ କରୋନା ଟେଷ୍ଟ ପଜିଟିଭ୍ ବାହାରିଥିବା ବେଳେ ଏମାନଙ୍କ ମଧ୍ୟରେ ୩୯ଜଣ ଟିଏମସି ଓ ୧୫୮ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଛନ୍ତି ଏବଂ ୧୩୮ଜଣ ୨୨ଟି କନଟେଂଟମେଂଟ ଜୋନରୁ ଚିହ୍ନଟ ହୋଇଥିବା ବେଳେ ୩୯ଜଣ ଟିଏମସି ଓ ୧୫୮ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଳାର ଗୁଣପୁର ପୈାରାଂଚଳରୁ ୨୩ ଓ ଗ୍ରାମାଂଚଳରୁ ଜଣେ ଚିହ୍ନଟ ହୋଇଥିବା ବେଳେ ରାୟଗଡ ପୈାରାଂଚଳରୁ ୨୦ ଓ ଗ୍ରାମାଂଚଳରୁ ୩ଜଣ , ବିଷମକଟକ ବ୍ଳକରୁ ୧୦ଜଣ, ମୁନିଗୁଡାରୁ ୩୧, କାଶିପୁରରୁ ୪୭, ପଦ୍ମପୁରରୁ ୪୩, ଗୁଡାରୀରୁ ୧୫ ଓ କଲ୍ୟାଣସିଂହପୁର ବ୍ଳକରୁ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଥମ କରି କଲ୍ୟାଣସିଂହପୁର ବ୍ଳକର ଅଡୁଗୁଡାରୁ ୩ଜଣ ଓ ଶିକରପାଇରୁ ଜଣେ ମୋଟ ୪ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଗ୍ରୀନଜୋନରୁ ହଟିଛି ଏହି ବ୍ଳକ । ଜିଲ୍ଳାରେ ଚନ୍ଦ୍ରପୁର ହିଁ ଏକମାତ୍ର ବ୍ଳକ ଯାହା ଏଯାବତ୍ ଗ୍ରୀନଜୋନରେ ରହିଆସିଛି । ରବିବାର ଚିହ୍ନଟ ହୋଇଥିବା ୧୯୭ଜଣଙ୍କ ମଧ୍ୟରେ ୨୮ଜଣଙ୍କ ଗସ୍ତ ତଥ୍ୟ ରହିଥିବା ବେଳେ ୨୯ଜଣ କରୋନା ଯୋଦ୍ଧାମାନେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ଜିଲ୍ଳାରେ ୧୮୨ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬୪ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୧୧୮ଜଣ ଚିକିତ୍ସାଧୀନ ରହିଥିବା ନେଇ ଜିଲ୍ଳାପାଳ ପ୍ରକାଶ କରିଛନ୍ତି । ଅପରପକ୍ଷେ ଜିଲ୍ଳାପାଳ ଜିଲ୍ଳାକୁ ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୩ଦିନ ସଟଡାଉନ ଘୋଷଣା କରିଥିବା ବେଳେ ଜିଲ୍ଳା ପୋଲିସ ପ୍ରଶାସନ ତରଫରୁ ଜିଲ୍ଳାରେ କୋଭିଡ ନିୟମ ନ ମାନି ଅମାନିଆ ହେଉଥିବା ଲୋକଙ୍କୁ ପରାମର୍ଶ ଦେବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଜିଲ୍ଳାପାଳ ଶ୍ରୀ ବେହେରା କୋଭିଡ-୧୯ନିୟମକୁ ଗୁରୁତ୍ୱ ଦେଇ ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ହାତ ଧୋଇବା, ମାସ୍କ ପରିଧାନ କରିବା ଓ ଅତି ଜରୁରୀ ନ ହେଲେ ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି ଏବଂ ଜିଲ୍ଳାରେ କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଟ୍ରି୍ୟୁନେଟ/ଆଂଟିଜେନ,ଆରଟିପିସିଆର ଟେଷ୍ଟିଂ ସହ କଂଟାକ୍ଟ ଟ୍ରେସିଂ ବ୍ୟାପକ କରାଯାଉଥିବାରୁ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି ତେଣୁ ଏହି ସଂଖ୍ୟାକୁ ନେଇ ଭୟଭୀତ ନ ହେବା ପାଇଁ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in