ଧର୍ମଗଡ଼,୩/୮: ଗୋଳାମୁଣ୍ଡା ବ୍ଲକ ଫରଙ୍ଗ ଗ୍ରାମପଞ୍ଚାୟତର ନନ୍ଦ ପୋଡ଼ କିଛି ଦିନ ତଳେ କିଡିନି ରୋଗରେ ପୀଡିତ ହୋଇ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟ ଚିକିତ୍ସିତ ହେଉଥିଲେ । ପରେ ତାଙ୍କ ରକ୍ତ ଅଭାବ ହେଇଥିବାରୁ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ଉପ ସଭାପତି ଡାକେଶ୍ୱର ଲହଜଳ ଓ ଧର୍ମଗଡ଼ ବ୍ଲକ ଯୁବ ସଭାପତି ଲବଣୀ ରାଉତ ରକ୍ତ ଯୋଗାଇ ଦେଇଥିଲେ । ଏହାପରେ ରୋଗୀ ଆୟୁର୍ବେଦିକ ଚିକିତ୍ସା ହେବାପାଇଁ ଚାହିଁବାରୁ ତାଙ୍କୁ କିଛି ଚେରିମୂଳି ଔଷଧ ଯୋଗାଇ ତାଙ୍କୁ ଭଡାଗାଡିରେ ନେଇ ତାଙ୍କ ଘରେ ଛାଡ଼ିଦେଇଥିଲେ ।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in