ଉତ୍କଳ ବିକାଶ ପରିଷଦ ପକ୍ଷରୁ ‘ବୃକ୍ଷ ହିଁ ଜୀବନ’ କାର୍ଯ୍ୟକ୍ରମ

କଟକ,୧/୮: କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କୂଳସରିଚୁଆଁ ଗ୍ରାମପଂଚାୟତ, ୪୨ ମୌଜ଼ାର ଐତିହାସିକ ସ୍ଥାନ ବଳିବାମନ ପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହାକୁ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବା ବେଳେ କର୍ମକର୍ତ୍ତା ପ୍ରାଣକୃଷ୍ଣ ରାୟ, ଅରୁଣ ମହାରଣା, ଅଜୟ ଜେନା, ରଶ୍ମିରଞ୍ଜନ ରାଉଳ, ବିଜୟ ସ୍ବାଇଁ, ହୃଷିକେଶ ଜେନା, ରସାନନ୍ଦ ବେହେରା, ବିଜୟ ନାୟକ, ଗଜେନ୍ଦ୍ର ବେହେରା, ଶରତ ରାଉଳ, ମଙ୍ଗରାଜ ସେଠୀ, ବିଶ୍ୱରଂଜନ ସେଠୀ, ଶରତ ଭୋଇ, ଲଷ୍ମୀଧର ମଲ୍ଲିକ, ବାପି ମଲ୍ଲିକ, ଦେବୀ ପ୍ରସାଦ ପତି ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୂରତା ବଜାୟ ରଖି ବୃକ୍ଷରୋପଣ କରିଥିଲେ।

ଆଗାମୀ ଦିନମାନଙ୍କରେ ବୃକ୍ଷରୋପଣ, ରକ୍ତଦାନ ଆଦି ସମସ୍ତ ସେବାକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସଭାପତି ଇଂ.ସେଠୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ପରିଷଦର ଏପରି ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.