ଲାଞ୍ଜିଗଡ,୪/୮: ମହାମାରୀ କରୋନା ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଲାଞ୍ଜିଗଡରୋଡ଼ ପଞ୍ଚାୟତରକୁ ମଧ୍ୟ ୬୮ ଘଣ୍ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଟଙ୍କଧର ମାଝୀ । ଲାଞ୍ଜିଗଡରୋଡ଼ ପଞ୍ଚାୟତ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା ୧୦୭ ତା- ୦୩/୦୮/୨୦୨୦ ରିଖ ରେ ଉଲ୍ଲେଖ ରହିଛି ଯେ, ପଞ୍ଚାୟତର ପୂର୍ବତଟ ରେଲବାଇ ଲାଞ୍ଜିଗଡ଼ ରୋଡ଼ ଷ୍ଟେସନର ୩ କର୍ମଚାରୀଙ୍କ କରୋନା ପଜିଟିଭ୍ ଚିହ୍ନଟ ପରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗଷ୍ଟ ୩ ତାରିଖ ସମବାର ସକାଳ ୧୦ ଘଣ୍ଟା ଠାରୁ ଗୁରୁବାର ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ଲାଞ୍ଜିଗଡରୋଡ଼ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି ।ଜନସାଧାରଣଙ୍କ ଅସୁବିଧାକୁ ଅନୁଧ୍ୟାନ କରି ଏହି ବନ୍ଦରେ ସମସ୍ତ ଦୋକାନୀଙ୍କୁ ଅବଗତ କରା ଯାଇଛି ଯେ ସକାଳ ୬ ଘଣ୍ଟା ଠାରୁ ଦିନ ୧୧ ଘଣ୍ଟା ପର୍ଯ୍ୟନ୍ତ ନିଜ ନିଜ ଦୋକାନ ଖୋଲିପାରିବେ। କିନ୍ତୁ ନିଜ ଦୁକାନରେ ବେରିଗେଟ ଦେବାସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ନଥିବା ଗ୍ରାହକଙ୍କୁ କୌଣସି ସାମଗ୍ରୀ ନ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏହାର ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା କରାଯିବ ବୋଲି ପତ୍ରରେ ଉଲ୍ଲେଖ ଅଛି। କେବଳ ସ୍ବାସ୍ଥ୍ୟ ସମନ୍ଧିୟ ସେବା, ଔଷଧ ଦୋକାନ ଓ କ୍ଷୀର ଦୋକାନକୁ ଏହି ବନ୍ଦରୁ ବାଦ ଦିଆଯାଇଛି । ଏହା ସହ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ତହସିଲଦାର ମୁନିନ୍ଦ୍ର ହୁନାଙ୍ଗା ପଞ୍ଚାୟତବାସୀଙ୍କୁ ପାଳନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in