ଠିକ୍ ସମୟରେ ଖାଦ୍ୟ ଦିଆଯାଉ ନ ଥିବାରୁ ଘରକୁ ଫେରି ଯାଉଥିଲେ କରୋନା ଚିକିତ୍ସିତ ରୋଗୀ

କୋଭିଡ କେୟାର କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ

ରାୟଗଡ,୩/୮: ପ୍ରଥମେ ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ କିଛି ଦିନ ତଳେ କରୋନା ପୀଡିତ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ ସହ ଚିକିତ୍ସା ସେବାରେ ଅନିୟମିତତା ଅଭିଯୋଗ ନେଇ ରୋଗୀମାନେ ସୋସିଆଲ ମିଡିଆରେ ଭାଇରଲ କରିବା ପରେ ଏହି ଘଟଣାକୁ ନେଇ ରାୟଗଡ ଜିଲ୍ଳା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଣି ଏକ ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଜିଲ୍ଳା ପ୍ରଶାସନର କୋଭିଡ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜିଲ୍ଳାର ବିଷମକଟକ ବ୍ଳକ ଅନ୍ତର୍ଗତ ନାନିରିଗୁଡା କୋଭିଡ କେୟାର କେନ୍ଦ୍ରରେ ପୁଣି ଦେଖିବାକୁ ମିଳିଛି ଏଭଳି ଘଟଣା । ମିଳିିଥିବା ସୂଚନା ପ୍ରକାରେ ଗତ ୩ଦିନ ମଧ୍ୟରେ ଏହି କେନ୍ଦ୍ରକୁ ଜିଲ୍ଳାରୁ ୧୦୧ଜଣ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବା ପାଇଁ ଅଣାଯାଇଥିଲା । ତେବେ ଏହି କେନ୍ଦ୍ରରେ ରୋଗୀମାନଙ୍କ ରହଣୀ ନିମନ୍ତେ ଉତ୍ତମ ବ୍ୟବସ୍ଥା ରହିଥିବା ବେଳେ ରୋଗୀ ରହୁଥିବା କକ୍ଷ ଓ ଶୈାଚାଳୟକୁ ନିୟମିତ ସଫା କରାଯାଉନାହିଁ ଓ ସାନିଟାଇଜର ମେସିନର ବ୍ୟବହାର ହେଉ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ରୋଗୀମାନେ ଭିଡିଓ ଭାଇରଲ କରି ଅଭିଯୋଗ କରିଛନ୍ତି । ବିଶେଷ କରି ରୋଗୀମାନଙ୍କୁ ଖାଦ୍ୟ ବ୍ୟବସ୍ଥାରେ ଅନିୟମିତତା ଦେଖାଦେଇଛି । ସମୟ ମୁତାବକ ରୋଗୀମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଉନାହିଁ ଫଳରେ ବୟସ୍କ ରୋଗୀମାନେ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ଗତ ରବିବାର ରାତ୍ର ୧୧ଟା ସମୟରେ ରୋଗୀମାନଙ୍କୁ ରାତ୍ରୀ ଭୋଜନ ପ୍ରଦାନ କରାଯାଇଥିବା ବେଳେ ସୋମବାର ଦିନ ସକାଳ ଜଳଖିଆ ପ୍ରଦାନରେ ମଧ୍ୟ ବିଳମ୍ବ ସହ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ନ ପଂହଚିବାରୁ ରୋଗୀମାନେ ବିରକ୍ତ ଭାବ ପ୍ରକାଶ କରି କୋଭିଡ କେୟାର କେନ୍ଦ୍ର ଛାଡି ଚାଲିଯିବା ପାଇଁ ନିଜ ନିଜ ବ୍ୟାଗ ବସ୍ତାନୀ ଧରି ବାହାରି ପଡିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏ ସଂକ୍ରାନ୍ତରେ ଖବର ପାଇ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲବର୍ଟ ଲାକ୍ରା, ତହସିଲଦାର ଶୁଭେନ୍ଦୁ ଜେନା, ଥାନା ଅଧିକାରୀ ଯଶୋବନ୍ତ ହିଆଲ ପ୍ରମୁଖ କୋଭିଡ କେୟାର କେନ୍ଦ୍ରରେ ପଂହଚି ରୋଗୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନରେ ଏପରି ଅବ୍ୟବସ୍ଥା ହେବ ନାହିଁ ବୋଲି ପ୍ରତିଶୃତି ଦେବା ପରେ ରୋଗୀମାନେ ନିଜ ନିଜ କକ୍ଷକୁ ଫେରିଯାଇଥିଲେ । ତେବେ କେଉଁ ପରିସ୍ଥିତିିରେ ନାନିରିଗୁଡା କୋଭିଡ କେୟାର କେନ୍ଦ୍ରରେ ପରିଚାଳନା ଗତ ତ୍ରୁଟି ଯୋଗୁଁ ଏହି ଅବ୍ୟବସ୍ଥା ପଦାରେ ପଡିଲା ଏବଂ ରୋଗୀମାନେ ନିୟମିତ ସମୟରେ ଖାଦ୍ୟ ପାଇ ପାରିଲେ ନାହିଁ ତାହା ତଦନ୍ତ ସାକ୍ଷେପ ହୋଇପଡିଥିବା ବେଳେ ଜିଲ୍ଳାରେ ଥିବା ବିଭିନ୍ନ କୋଭିଡ କେୟାର କେନ୍ଦ୍ର ସହ ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଆଗାମୀ ଦିନରେ ଏପରି ଅବ୍ୟବସ୍ଥା ହେବ ନାହିଁ ଏଭଳି ଘଟଣାଗୁଡିକୁ ଜିଲ୍ଳା କୋଭିଡ ପରିଚାଳନା ନୋଡାଲ ଅଧିକାରୀ ଦୃଷ୍ଟି ଦେବା ନିହାତି ଜରୁରୀ ହୋଇପଡିଛି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.