ଅପହଞ୍ଚ ଇଲାକାରେ ଯୁବଲେଖକଙ୍କ ଅନ୍ୱେଷା କାର୍ଯ୍ୟକ୍ରମ

● ପାଦରେ ଚାଲିଲେ ୩୦ କିଲୋମିଟର

କଳାହାଣ୍ଡି (ହେମନ୍ତ ସାହୁ): ସାହିତ୍ୟ ପାଇଁ ଜୀବନକୁ ଏକପ୍ରକାର ଉତ୍ସର୍ଗୀକୃତ କରିଦେଲେ ହିଁ ଜଣେ ସାହିତ୍ୟର ସ୍ୱାଦ ପାଇପାରେ ଏବଂ ସ୍ରଷ୍ଟାଟିଏ କେତେବେଳେ ବି ନିଜର କାବ୍ୟସତ୍ତାରେ କଳବିତ ହୋଇ ଉଠିଯାଇପାରେ। ମନ ଭିତରେ ଉଦବେଳନ ସୃଷ୍ଟି କରୁଥିବା ବିଷୟବସ୍ତୁକୁ କାଗଜରେ ଉତାରିଦେବା ପରେ ଯେଉଁ ଆତ୍ମତୃପ୍ତି ଟିକକ ମିଳେ, ସେହି ସୃଷ୍ଟିକୁ ଆଉ ଯଦି କିଏ ପାଠ କରି ମତାମତଟିଏ ଦିଏ; ସେୟା ହିଁ ହୋଇଯାଏ ସାହିତ୍ୟିକ ଜୀବନର ଏକ ବଡ଼ ପୁରସ୍କାର। ଏବେ ବିଭିନ୍ନ ସାହିତ୍ୟ ଦଳରେ ଇ-ପ୍ରଶଂସା ପତ୍ର ଏବଂ କିଛି ସାହିତ୍ୟିକ ଟଙ୍କା ଦେଲେ ମାଳମାଳ ମାନପତ୍ର ଦେଉଥିବା ଏବଂ ନେଉଥିବା ଲୋକ ଆଉ ଯାହା ବି ହେଇପାରେ, ହେଲେ ଜୀବନରେ ଜଣେ ସଫଳ ସାହିତ୍ୟିକ ହେଇପାରିବନି ବୋଲି ଭିନ୍ନ ଢଙ୍ଗରେ ଆୟୋଜିତ ‘ଅନ୍ୱେଷା’ କାର୍ଯ୍ୟକ୍ରମରେ ଯୁବଲେଖକମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ଲେଖକ କୌତୁକ ପନ୍ଦରଙ୍କ ଆବାହକତ୍ୱରେ କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ଯୁବଲେଖକମାନଙ୍କୁ ନେଇ ଉକ୍ତ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଲୁବେନଗଡ଼ ପଂଚାୟତର ପୁଇଝିରି ଠାରେ ଏହି କାର୍ଯ୍ୟକ୍ରମ ଅନୁ୍‌ଷ୍ଠିତ ହେଇଥିଲା।

Udyog Nursery
Udyogi Nursery

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଦିବାସୀଙ୍କ ଲୋକବାଦ୍ୟ ଢାପ୍ ଓ ପାରମ୍ପରିକ କୁଇ ଗୀତ ପରିବେଷିତ ହୋଇଥିଲା। ପରେପରେ ଯୁବଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଯୁବଗାଳ୍ପିକ ଶ୍ରୀକାନ୍ତ ବାରିକ ସମସାମୟିକ ସାହିତ୍ୟ ସ୍ରଷ୍ଟାଙ୍କ ଓଡ଼ିଆ ସାହିତ୍ୟରେ ଅବଦାନ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଯୁବଲେଖକ ବିଶ୍ୱନାଥ ସାହୁ, ପ୍ରମୋଦ କୁମାର ସାହୁ, ଜଗନ୍ନାଥ ସାହୁ, ପଂଚାନନ ଭୋଇ, ରମାକାନ୍ତ ନାଏକ, ଯୁବ ସାମ୍ବାଦିକ ହେମନ୍ତ ସାହୁ, ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯୁବ ଗାଳ୍ପିକ ଡ଼ିଲେଶ୍ୱର ରଣା ଧନ୍ୟବାଦାର୍ପଣ କରିଥିବାବେଳେ ମୋହନଗିରିର ପୂର୍ବତନ ସରପଂଚ ସୁରେନ୍ଦ୍ର ଧରୁଆ, ସୁବାସ ମାଝୀ, ରିସିଙ୍ଗା ମାଝୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯୁବ ଗାଳ୍ପିକମାନେ ପାଦରେ ଚାଲି ଚାଲି ବିରିପୋଡ଼ି, ରାକ୍ଷାସବନ୍ଧ, ଟୁଡ଼ାପଡ଼ା, କୁର୍ତେଲ, ପୁଇଝିରି, ଡ଼୍ରାମ୍ବା, ଡ଼୍ରାକେଲ, ଟିଲାବାଜୁ ଗ୍ରାମକୁ ପ୍ରାୟ ତିରିଶ କିଲୋମିଟର ପାଦରେ ଚାଲି ଚାଲି ଭ୍ରମଣ କରିଥିବାବେଳେ ପୁଇଝିରିରେ ରାତ୍ର ରହଣୀ କରିଥିଲେ।

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.