ପ୍ରକାଶ ପାଇଲା ସାହିତ୍ୟ ଜୀବନ ଇ-ପତ୍ରିକାର ଦଶହରା ବିଶେଷାଙ୍କ

ସମ୍ବଲପୁର: ସାହିତ୍ୟ ଜୀବନ ଇ-ପତ୍ରିକାର ଦଶହରା ବିଶେଷାଙ୍କ ପ୍ରକାଶ ପାଇଛି। ଫେସବୁକ୍, ଟ୍ୟୁଟର, ଓ୍ବାର୍ଡସ ଅପ୍ ଗୃପ୍, ଇନଷ୍ଟାଗ୍ରାମ ଆଦି ସୋସିଆଲ ମିଡ଼ିଆ ଦ୍ଵାରା ଇ-ପତ୍ରିକାଟି ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ନିମନ୍ତେ ସହାୟକ ହୋଇଛି।


ସମ୍ବଲପୁର ଜିଲ୍ଲା ତଥା ରେଢ଼ାଖୋଲ ଉପଖଣ୍ଡ ଆନୁକୁଲ୍ୟରେ ପ୍ରକାଶିତ ଦଶହରା ବିଶେଷାଙ୍କ ଇ-ପତ୍ରିକା ଶାରଦୀୟ ଦୁର୍ଗାପୂଜା ଅବସରରେ ଅନ୍ ଲାଇନ୍ ଯୋଗେ ପ୍ରକାଶିତ ହୋଇଛି। ଦଶହରା ବିଶେଷାଙ୍କ ଏହି ଲିଙ୍କ https://bit.ly/dussehra_oct ରେ କ୍ଲିକ କରି ସଂଗ୍ରହ କରିପାରିବେ । ସାହିତ୍ୟ ଜୀବନ ୱେବସାଇଟ https://www.sahityajibana.in ରେ ସମସ୍ତ ଇ-ପତ୍ରିକା ଗୁଡିକ ସ୍ଥାନ ଦିଆଯାଇଛି।


ସମ୍ପାଦକ ଯୋଗେଶ୍ୱର ଲୁହା ଏବଂ ପରିଚାଳନା ସମ୍ପାଦିକା ଶ୍ରୀମତୀ ରୀତା ଅପରାଜିତା ମହାନ୍ତି , ସଭାପତି ନବୀନ ପଧାନ, ମୁଖ୍ୟ ଉପଦେଷ୍ଟା ନରୋତ୍ତମ ପାତ୍ର , ଉପଦେଷ୍ଟା ଡମ୍ବରୁଧର ବେହେରା, ଶିବ ଶଙ୍କର ସାହୁ ଏବଂ ମୃତ୍ୟୁଞ୍ଜୟ ସାହୁଙ୍କ ସହ ଅନ୍ୟ ସଦସ୍ୟ ସଦସ୍ୟାଙ୍କ ସହଯୋଗ କ୍ରମେ ଦଶହରା ବିଶେଷାଙ୍କ ଇ-ପତ୍ରିକା ପ୍ରକାଶିତ ହୋଇପାରିଥିବା ସଂପାଦନା ମଣ୍ଡଳୀ ପକ୍ଷରୁ ପ୍ରକାଶ କରାଯାଇଛି।

ପତ୍ରିକାର ପ୍ରତିଷ୍ଠାତା ପବିତ୍ର ବେହେରା ସମସ୍ତ ସାରସ୍ଵତ ସାହିତ୍ୟ ପ୍ରେମୀଙ୍କୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଶୁଭେଚ୍ଛା ସହ ଅଭିନନ୍ଦନ ଏବଂ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ବ୍ୟୁରୋ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.