ସମ୍ବଲପୁର: ସାହିତ୍ୟ ଜୀବନ ଇ-ପତ୍ରିକାର ଦଶହରା ବିଶେଷାଙ୍କ ପ୍ରକାଶ ପାଇଛି। ଫେସବୁକ୍, ଟ୍ୟୁଟର, ଓ୍ବାର୍ଡସ ଅପ୍ ଗୃପ୍, ଇନଷ୍ଟାଗ୍ରାମ ଆଦି ସୋସିଆଲ ମିଡ଼ିଆ ଦ୍ଵାରା ଇ-ପତ୍ରିକାଟି ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ନିମନ୍ତେ ସହାୟକ ହୋଇଛି।
ସମ୍ବଲପୁର ଜିଲ୍ଲା ତଥା ରେଢ଼ାଖୋଲ ଉପଖଣ୍ଡ ଆନୁକୁଲ୍ୟରେ ପ୍ରକାଶିତ ଦଶହରା ବିଶେଷାଙ୍କ ଇ-ପତ୍ରିକା ଶାରଦୀୟ ଦୁର୍ଗାପୂଜା ଅବସରରେ ଅନ୍ ଲାଇନ୍ ଯୋଗେ ପ୍ରକାଶିତ ହୋଇଛି। ଦଶହରା ବିଶେଷାଙ୍କ ଏହି ଲିଙ୍କ https://bit.ly/dussehra_oct ରେ କ୍ଲିକ କରି ସଂଗ୍ରହ କରିପାରିବେ । ସାହିତ୍ୟ ଜୀବନ ୱେବସାଇଟ https://www.sahityajibana.in ରେ ସମସ୍ତ ଇ-ପତ୍ରିକା ଗୁଡିକ ସ୍ଥାନ ଦିଆଯାଇଛି।
ସମ୍ପାଦକ ଯୋଗେଶ୍ୱର ଲୁହା ଏବଂ ପରିଚାଳନା ସମ୍ପାଦିକା ଶ୍ରୀମତୀ ରୀତା ଅପରାଜିତା ମହାନ୍ତି , ସଭାପତି ନବୀନ ପଧାନ, ମୁଖ୍ୟ ଉପଦେଷ୍ଟା ନରୋତ୍ତମ ପାତ୍ର , ଉପଦେଷ୍ଟା ଡମ୍ବରୁଧର ବେହେରା, ଶିବ ଶଙ୍କର ସାହୁ ଏବଂ ମୃତ୍ୟୁଞ୍ଜୟ ସାହୁଙ୍କ ସହ ଅନ୍ୟ ସଦସ୍ୟ ସଦସ୍ୟାଙ୍କ ସହଯୋଗ କ୍ରମେ ଦଶହରା ବିଶେଷାଙ୍କ ଇ-ପତ୍ରିକା ପ୍ରକାଶିତ ହୋଇପାରିଥିବା ସଂପାଦନା ମଣ୍ଡଳୀ ପକ୍ଷରୁ ପ୍ରକାଶ କରାଯାଇଛି।
ପତ୍ରିକାର ପ୍ରତିଷ୍ଠାତା ପବିତ୍ର ବେହେରା ସମସ୍ତ ସାରସ୍ଵତ ସାହିତ୍ୟ ପ୍ରେମୀଙ୍କୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଶୁଭେଚ୍ଛା ସହ ଅଭିନନ୍ଦନ ଏବଂ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ବ୍ୟୁରୋ ରିପୋର୍ଟ OdiaBarta.in