ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି: କେସିଙ୍ଗା ବିଦ୍ୟାପୀଠ ପରିସରରେ ଜିଲ୍ଲା ବିଜ୍ଞାନ ସାଧନ କେନ୍ଦ୍ର ଓ ଜିଲ୍ଲା ଉତ୍କର୍ଷ ପରିବାର ତରଫରୁ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ହିମାଂଶୁ ଶେଖର ପଟ୍ଟନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କୋଭିଡ଼ ନିୟମ ପାଳନ ହୋଇ ଆୟୋଜିତ ହୋଇଥିଲା। ଉକ୍ତ ସଭାର ସଭାପତି ରୂପେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ଲେଙ୍କା, ମୁଖ୍ୟ ଅତିଥି ରୂପେ କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ, ମୁଖ୍ୟବକ୍ତା ଭାବେ ଥୁଆପଦର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜିଲ୍ଲା ଉତ୍କର୍ଷ ଓଡ଼ିଆ ବିଭାଗର ଜିଲ୍ଲା ସାଧନ କର୍ମୀ ନାରାୟଣ ମହାପାତ୍ର ଓ ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ସଂଯୋଜକ ହିମାଂଶୁ ଶେଖର ପଟ୍ଟନାୟକ ମଞ୍ଚାସୀନ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ହିମାଂଶୁ ଶେଖର ପଟ୍ଟନାୟକ

Udyog Nursery
Udyogi Nursery

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଶିକ୍ଷକଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ଶ୍ରୀ ପଟ୍ଟନାୟକଙ୍କ ପରିବାରର ସଦସ୍ୟମାନେ ଉତ୍ସବର ଶୋଭା ବୃଦ୍ଧି କରିଥିଲେ। ବିଘ୍ନ ବିନାଶକ ଗଣେଶଙ୍କ ପୂଜାର୍ଚ୍ଚନା ପରେ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜନିଜ ବକ୍ତବ୍ୟ ରଖି ଶ୍ରୀ ପଟ୍ଟନାୟକଙ୍କ ଭୂରିଭୂରି ପ୍ରଶଂସା କରିଥିଲେ।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାରୁ ଅନେକ ଲୁକ୍କାୟିତ ବିଜ୍ଞାନ ପ୍ରତିଭାର ବିକାଶ ତଥା ଉପାନ୍ତ ଅଞ୍ଚଳରେ ଥିବା ଅନେକ ଶିକ୍ଷକ ଶିକ୍ଷୟତ୍ରୀ ସାଧନ କର୍ମୀ ହେବାର ସୁଯୋଗ ପାଇଥିବା କଥା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପଢୌକନ ସହିତ ଶ୍ରୀଯୁକ୍ତ ଓ ଶ୍ରୀମତୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କେସିଙ୍ଗା ବିଦ୍ୟାପୀଠର ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ଜିଲ୍ଲା ବିଜ୍ଞାନ ସାଧନ କର୍ମୀ ସମୀର କୁମାର ବେହେରା, ନର୍ଲାରୋଡ଼ ଜୟଦୂର୍ଗା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ଜାତୀୟ ଶିକ୍ଷା ଗବେଷଣା ସଂସ୍ଥାନ ଏକାଡେମିକ କମିଟିର ପ୍ରାକ୍ତନ ସଦସ୍ୟ ସନ୍ତୋଷ କୁମାର କର, ଜିଲ୍ଲା ସାଧନ କର୍ମୀ ସୂର୍ଯ୍ୟ ପ୍ରସାଦ ଠାକୁର, ଦୁଷ୍ମନ୍ତ କୁମାର ପାଢ଼ୀ, ବିରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ମିଳିତ ଉଦ୍ୟମରେ ଶ୍ରୀ ପଟ୍ଟନାୟକଙ୍କ ସମୟରେ ଜିଲ୍ଲାରେ ଆୟୋଜିତ ବିଭିନ୍ନ ବିଜ୍ଞାନ ଭିତ୍ତିକ ତଥା ଅନ୍ୟ ସମସ୍ତ ଫଟୋଚିତ୍ର ସ୍ଥାନ ପାଇଥିଲା, ଯାହାକି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ମାନ ବହୁଗୁଣରେ ବର୍ଦ୍ଧିତ କରିଥିଲା।

ମଞ୍ଚ ପରିଚାଳନା ତୁଣ୍ଡଲା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଯତୀନ୍ଦ୍ର ପ୍ରଧାନ କରିଥିବାବେଳେ ବିଦ୍ୟାଳୟର ଖେଳ ଶିକ୍ଷକ ନବୀନ କୁମାର ନାଏକ ଓ ବିଜ୍ଞାନ ଶିକ୍ଷକ ଯଶୋବନ୍ତ ରଥ ତଥା ଅନ୍ୟ ସମସ୍ତ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ବିଜ୍ଞାନ ଶିକ୍ଷକ ଭୁପେନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.