✒️ଜ୍ୟୋତ୍ସ୍ନାରାଣୀ ଧଙ୍ଗଡ଼ାମାଝୀ
ଦୁଇ ପୁଅ ମୋର ଜୀବନ ଧନ,
ଜଣେ ସୂର୍ଯ୍ୟ ହେଲେ ଜଣେ ତ ଜହ୍ନ।
ଦୁଇଜଣ ମୋର ନୟନତରା,
ଜଣେ ନୀଳମଣି ଜଣେ ତ ଗୋରା।
ବଡ଼ ପୁଅ ମୋର ମାନେ ଗୌରବ,
ସାନ ପୁଅ ମୋର ଗୁଣେ ସୌରଭ।
ଦୁଇ ପୁଅ ମୋର ଦୁଇ ନୟନ,
ସାନ ପୁଅର ଆଜି ଜନମଦିନ।
ସର୍ବେ ଦେବେ ତାକୁ ବହୁ ଆଶିଷ,
ଦୁତିବାହନ ରଖିବେ ଶହେ ବରଷ।
ପାଞ୍ଚ ନଭେମ୍ବର ଏ ଶୁଭ ବେଳେ,
ଠାକୁରେ ଦେଲେ ମୋହରି କୋଳେ।
ମାଣ୍ଡେଲ, ନର୍ଲା, କଳାହାଣ୍ଡି