ନୂଆବର୍ଷ ଯାଏଁ ସ୍କୁଲ୍ ବନ୍ଦ, କେବେ ଖୋଲିବ ଠିକ୍ ନାହିଁ

ଭୁବନେଶ୍ୱର: ୨୦୨୦ରେ ଆଉ ସ୍କୁଲ୍ ଖୋଲିବନି। ଡିସେମ୍ବର ୩୧ ଯାଏଁ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ୍। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ପରୀକ୍ଷା ଓ ମୂଲ୍ୟାଙ୍କନ କାମ ଜାରି ରହିବ। ଏହାସହ ଅନଲାଇନ କ୍ଲାସ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲକୁ ଡକାଯାଇପାରେ।

ଆନ୍ଧ୍ର ପ୍ରଦେଶରେ ସ୍କୁଲରେ କରୋନା ବ୍ୟାପିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସେଠାରେ ସ୍କୁଲ ଖୋଲିବାର ମାତ୍ର ୩ ଦିନରେ ଛାତ୍ର ଓ ଶିକ୍ଷକ ମହାମାରୀ ଦ୍ୱାରା ସଂକ୍ରମିତ ହୋଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ନଭେମ୍ବର ୧୬ରେ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଥିଲେ। ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଥିଲା। ହେଲେ ପଡୋଶୀ ରାଜ୍ୟରୁ ଏଭଳି ଖବର ଆସିବା ପରେ ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର। ନୂଆବର୍ଷରେ ବି ସ୍କୁଲ ଖୋଲିବ କି ନାହିଁ, ଠିକ୍ ନାହିଁ। ସେତେବେଳେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.