ଦିବଂଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରଙ୍କୁ ୧୫ଲକ୍ଷ ଟଙ୍କା ସହାୟତା ନିମନ୍ତେ ଦାବିପତ୍ର ପ୍ରଦାନ

ରାୟଗଡ: ମହାମାରୀ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି ଉଦୀୟମାନ ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ରାୟଗଡରେ କାର୍ଯ୍ୟରତ ସାମ୍ବାଦିକମାନେ ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଆଜି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଦିବଂଗତ ସାମ୍ବାଦିକ ପ୍ରବୀର ଭୁବନେଶ୍ୱରର ଜଣେ ଜଣାଶୁଣା ଯୁବ ସାମ୍ବାଦିକ ହୋଇଥିବା ବେଳେ ନିଜ ସାମ୍ବାଦିକ ବୃତି କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ କୋଭିଡ ଯୋଦ୍ଧା ଭାବେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତାର ରାଶି ପ୍ରଦାନ କରାଯିବ। ତେଣୁ ଯଥାଶୀଘ୍ର ଦିବଂଗତ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ରାୟଗଡ ଜିଲ୍ଳା ସାମ୍ବାଦିକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରି ଆଲୋଚନା କରିଥିଲେ। ବରିଷ୍ଠ ସାମ୍ବାଦିକ ରଂଜନ ରଥ, ନିରଂଜନ ପାଳ, ରାଜେଶ ପଟ୍ଟନାୟକ, ଶିବ ନାରାୟଣ ଗଉଡ, କୃଷ୍ଣକାନ୍ତ ଜେନା, ଭାଗ୍ୟଶ୍ରୀ ମିଶ୍ର, ଅମଜଦ ଅଲ୍ଳୀ, ମୃତ୍ୟୁଂଜୟ ନନ୍ଦ, ମନୋଜ ପାତ୍ର, ଯୋଗେଶ୍ୱର ଦାସ, ସୁବ୍ରତ ଚୈାଧୁରୀ, ସନ୍ତୋଷ ଦଳେଇ, ସିଏଚ ନାଗରାଜୁ, ବି.ଭି.ରାମାଣାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.