ସମସ୍ତଙ୍କ ସହଯୋଗ ଓ ସମନ୍ୱୟ ରହିଲେ ଜିଲ୍ଳାର ବିକାଶ ହେବ -ଜିଲ୍ଲା ପରିଷଦ ଅଧ୍ୟକ୍ଷ

ଜିଲ୍ଳା ପରିଷଦ ରାୟଗଡର ୭୨ତମ ବୈଠକ ଅନୁଷ୍ଠିତ

ରାୟଗଡ: କୋଭିଡ ୧୯ ଗାଇଡଲାଇନ ମଧ୍ୟରେ ରାୟଗଡ ଜିଲ୍ଳା ପରିଷଦର ୭୨ତମ ବୈଠକ ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ବୈଠକରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ତଥା ମନ୍ତ୍ରୀଙ୍କ ପ୍ରତିନିଧି ସୁଧୀର କୁମାର ଦାସ, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ସମସ୍ତଙ୍କ ସହଯୋଗ ଓ ସମନ୍ୱୟ ଦ୍ୱାରା ଜିଲ୍ଳାର ବିକାଶ ହୋଇପାରିବ ବୋଲି ନିଜ ନିଜ ମତ ପୋଷଣ କରିଥିଲେ ।

Omkar Vasthu
Omkar Vasthu


୭୨ତମ ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି,ଗ୍ରାମ୍ୟ ଉନ୍ନୟନ, ସାଧାରଣ ବଂଟନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଜଳଛାୟା, ଉଠା ଓ କ୍ଷୁଦ୍ରଜଳସେଚନ, ବିଜୁଳି, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା କରାଯାଇ ଗୁରୁତ୍ୱାରୋପ କରାଯାଇଥିଲା । ଅପରପକ୍ଷେ ଜିଲ୍ଳା ପରିଷଦ ଉପଧ୍ୟକ୍ଷା ଶ୍ରୀମତୀ ବୀଣାପାଣି ସାହୁକାର,ସଭ୍ୟ ପି.ଗୈାରୀ ଶଙ୍କର, ନନ୍ଦ କିଶୋର ଚୈାଧୁରୀ ପ୍ରମୁଖଙ୍କ ସମେତ ଅନ୍ୟ ସଭ୍ୟସଭ୍ୟାମାନେ ନିଜ ଜୋନରେ କୈାଣସି ଉନ୍ନୟନ କାର୍ଯ୍ୟର ସମସ୍ୟା ନେଇ ଆସିଲେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ ସେମାନଙ୍କୁ ସମୟ ନ ଦେବା ସହ କୈାଣସି କାର୍ଯ୍ୟରେ ସହଯୋଗ କରୁ ନ ଥିବାରୁ ଉନ୍ନୟନମୂଳକ କାର୍ଯ୍ୟଗୁଡିକ ବନ୍ଦ ହୋଇ ରହିଥିବା ଅଭିଯୋଗ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରିକି ଜିଲ୍ଳା ପରିଷଦ ସଭ୍ୟ ଶ୍ରୀ ଗୈାରୀଶଙ୍କର ଜିଲ୍ଳାରେ ଯଦି କାମ କରିବାରେ ଅସୁବିଧା ହେଉଥିଲେ ଅନ୍ୟ ଜିଲ୍ଳାକୁ ବଦଳି ହୋଇ ଚାଲିଯିବାକୁ ପରାମର୍ଶ ଦେବା ସହ ନଚେତ ଆମେ ସଭ୍ୟସଭ୍ୟାମାନେ ଇସ୍ତଫା ଦେଇ ପଦବୀ ଛାଡିବୁ ବୋଲି ବୈଠକରେ କହିଥିଲେ । ତେବେ ପିଡି ଡିଆରଡିଏଙ୍କ ସହ ଜିଲ୍ଳା ପରିଷଦ ସଭ୍ୟସଭ୍ୟାମାନଙ୍କ ଯୋଗସୂତ୍ର ରହୁ ନ ଥିବା ଜଣାପଡିବା ପରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଆଲା ଆଗାମୀ ଦିନରେ ଜିଲ୍ଳା ପରିଷଦ ସଭ୍ୟସଭ୍ୟାମାନଙ୍କ ସହ ଯୋଗାଯୋଗ ରକ୍ଷା କରି ଏପରି ଅଭିଯୋଗଗୁଡିକ ଠାରୁ ନିବୃତ ରହିବା ପାଇଁ ପିଡି ଡିଆରଡିଏଙ୍କୁ ବୈଠକରେ କହିଥିଲେ । ତେବେ କୋଭିଡ ପରିଚାଳନା ଯୋଗୁଁ ବ୍ୟବସ୍ତା ଭିତରେ ରହିଥିବା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସମସ୍ତଙ୍କ ସହ ମିଶିବା ସମ୍ଭବପର ହୋଇ ପାରି ନ ଥିବା ନେଇ ପିଡି ଡିଆରଡିଏ ଶ୍ରୀ ଋରୁରାଜ ବୈଠକ ଗୃହରେ ଉତର ରଖିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଜିଲ୍ଳାର ଅନେକ ବ୍ଳକରେ ମୋବାଇଲ ନେଟୱାର୍କ ବ୍ୟବସ୍ଥା ନ ଥିବାରୁ ଅନଲାଇନ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଜିଲ୍ଳାରେ ଥିବା ବେସରକାରୀ ମୋବାଇଲ ସଂସ୍ଥା ଜିଓ, ଏୟାରଟେଲ ଆଦି କମ୍ପାନୀ କର୍ତୁପକ୍ଷ ସହ ଯୋଗାଯୋଗ କରି ନେଟୱର୍କ ବ୍ୟବସ୍ଥା କରାଯିବା ଉପରେ ଶିକ୍ଷା ବିଭାଗକୁ ନେଇ ଆଲୋଚନା କରାଯାଇଥିଲା । ଅପରପକ୍ଷେ ସାଂସଦ ପାଣ୍ଠିରୁ ଅନୁଦାନ ଯୋଗାଇ ଦିଆଯାଉଥିଲେ ସୁଦ୍ଧା ଉନ୍ନୟନମୂଳକ କାର୍ଯ୍ୟଗୁଡିକର ୟୁସି ପ୍ରଦାନ କରାଯାଉ ନ ଥିବା ନେଇ ଲୋକସଭା ସାଂସଦ ସପ୍ତଗିରି ଉଲାକା ଅସନ୍ତୋଷ ବ୍ୟକ୍ତ କରିଥିଲେ । ଜିଲ୍ଳାରେ ଅନ୍ତେବାସୀ ଭାବେ ରହି ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ସ୍କୁଲ ୟୁନିଫର୍ମକୁ ସଫାସୁତୁରା ସହ ଧୁଲେଇ କରି ଯୋଗାଇବା ବ୍ୟବସ୍ଥା କରିବା ଉପରେ ରାଜ୍ୟସଭା ସାଂସଦ ପ୍ରସ୍ତାବ ଦେଇଥିବା ସହ ସରକାରଙ୍କ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଉଥିବା ବେଳେ ସରକାରୀ ସ୍ତରରେ ଅଧିକାରୀ ଓ କର୍ମଚାରୀମାନେ ନିଜ ଦାୟିତ୍ୱରେ ଅବହେଳା କରୁଥିବାରୁ ଅନେକ ଉନ୍ନୟନ କାର୍ଯ୍ୟ ଅଟକି ରହି ଶେଷ ହେବାରେ ବିଳମ୍ବ ହେଉଛି ବୋଲି କହିଥିଲେ । ସେହିପରି ଜିଲ୍ଳାରୁ ଗରୀବ ଓ ଦାରିଦ୍ର‌୍ୟତା ହଟେଇବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଥିଲେ ସୁଦ୍ଧା ଅନେକ ସ୍ଥାନକୁ ପ୍ରଶାସନ ପଂହଚି ପାରି ନ ଥିବାରୁ ସମସ୍ତ ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଲୋକ ପ୍ରତିନିଧିମାନେ ଏ ଦିଗରେ ସକ୍ରିୟ ହୋଇ ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟ କଲେ ଜିଲ୍ଳାର ବିକାଶ ଆପେ ବୃଦ୍ଧି ପାଇବ ବୋଲି ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଆଲା କହିଥିଲେ। ଏହି ବୈଠକରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ରାୟଗଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଗୁଣପୁର ଉପଜିଲ୍ଳାପାଳ ଜେ.ସୋନାଲ, ଡିଏଫଓ ଅଶ୍ୱିନୀ କୁମାର କର, ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକଙ୍କ ସମେତ ଅନ୍ୟ ଜିଳ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ବିଭାଗର ସୂଚନା ପ୍ରଦାନ କରିଥିଲେ।

Udyog Nursery
Udyogi Nursery

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.