କଳାହାଣ୍ଡି: ମ.ରାମପୁର ବ୍ଳକ ମୋହନଗିରୀ ଗ୍ରାମ ପଂଚାୟତ କୁଟୃପଲାରେ ରହୁଥିବା ବିଧବା ମହିଳା ମନଦେଇ ଧରୁଆ(୬୮) ଗତ ଦୁଇମାସ ହେଲା ମାନସିକ ବିକାର ଗ୍ରସ୍ତ ହେଇପଡ଼ିଛନ୍ତି। ପ୍ରାୟ ଦୁଇମାସ ତଳେ ସେ ରକ୍ତ ଚାପ ପାଇଁ ଔଷଧ ଖାଇବାର କାରଣରୁ ଏଭଳି ହେଇଥିବା ପରିବାର ଲୋକେ କହିଛନ୍ତି । ଜଣେ ଗରୀବ ଶ୍ରେଣୀର ହେଇଥିବାରୁ ତାଙ୍କରି ଚିକିତ୍ସା ବି କରାଯାଇପାରୁନି। ତେଣୁ ସେ ଘରେ ପଡ଼ିରହିଛନ୍ତି। ନଚେତ କେତେବେଳେ କୁଆଡ଼େ ମନହେଲେ ଚାଲିଯାଉଛନ୍ତି। ଏହି ଗରୀବ ମହିଳାଙ୍କୁ ସହାୟତା କରିବାକୁ ପରିବାର ବର୍ଗ ନିବେଦନ କରିଛନ୍ତି।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in