ଅତିଷ୍ଠ ହୋଇ ଉଠୁଥିଲା ଜନଜୀବନ, କ୍ରସର ସିଲ୍ କଲା ପ୍ରଶାସନ

ଧର୍ମଗଡ଼/ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୈଜଲପୁର୍ ନିକଟରେ ଥିବା ଏକ କ୍ରସର ୟୁନିଟ ସିଲ୍ ହୋଇଛି। ଏହା ଜଣେ ଅଣ ଓଡିଆ ମାଲିକଙ୍କ ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନା ଆଧାରରେ ଜନବସତି ନିକଟରେ ସ୍ଥାପନ ହୋଇଥିବା ଏହି କ୍ରସର ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ପଥର ବ୍ଲାଷ୍ଟିଂ ଯୋଗୁଁ ଅନେକ ଲୋକଙ୍କ ଘରର କାନ୍ଥରେ ଫାଟ ସୃଷ୍ଟି ହେଉଥିଲା, ଏହାସହ ଜନଜୀବନ ପ୍ରତି ବିପଦର ସମ୍ଭାବନା ରହିଥିଲା। କ୍ରସରର ପଥରଗୁଣ୍ଡ ଏକ ଅସ୍ବଭାବିକ ପରିସ୍ଥିତି ସୃଷ୍ଟିକରି ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଥିଲା। ତେଣୁ ସ୍ଥାନୀୟ ବାସିନ୍ଦା କଳାହାଣ୍ଡି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ।

ଜନତାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାରକରି ଜିଲ୍ଲାପାଳ ବିହିତ ପଦକ୍ଷେପ ଗ୍ରହଣ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଧର୍ମଗଡ ଉପଜିଲ୍ଲାପାଳଙ୍କ ସହ ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ବର ଜାଲ ଚଢାଉ କରି କ୍ରସରଟିକୁ ସିଲ କରିଛନ୍ତି। ଏହାସହ ସେଠାରେ ବ୍ଯବହୃତ ଗାଡି ଏବଂ ଅନ୍ଯାନ୍ଯ ସାମଗ୍ରୀ ମଧ୍ଯ ଜବତ କରାଯାଇଥିବା ଜଣାପଡ଼ିଛି। ପ୍ରଶାସନର ବିହିତ ପଦକ୍ଷେପ ଯୋଗୁଁ କ୍ରସର ସିଲ୍ ହୋଇଥିବାରୁ ଅଞ୍ଚଳବାସୀ ଆସ୍ବସ୍ଥି ଲାଭ କରିଛନ୍ତି।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ସହ ଗୋଲାମୁଣ୍ଡାରୁ ସୁଶିଲ କୁମାର ତେଜିଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.